ବିଶିଷ୍ଟ ସମାଜସେବୀ ଇଂ ସାଧକ କବି ଆରପାରିରେ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଅଂଚଳର ବିଶିଷ୍ଟ ସମାଜସେବୀ ଇଂ ସାଧକ କବି (୮୪)ଙ୍କ ଦୁବୁଲାବେଡା ଗ୍ରାମ ତାଙ୍କ ନିଜ ବାସ ଭବନରେ ଶୁକ୍ରବାର ଦିନ ସକାଳ ୭.୧୫ ପାଖାପାଖି ସମୟରେ ମହାପ୍ରୟାଣ ହୋଇଯାଇଛି । ସେ ଜଣେ ଧର୍ମପରାୟଣ, ପରୋପକାରୀ ମିଷ୍ଟଭାଷୀ ତଥା ବିଶିଷ୍ଟ ଇଞ୍ଜିନିୟର ଥିଲେ । ତଦସହ ଝାଡ଼ଖଣ୍ଡ ରାଜ୍ୟର ଷଢେ଼ଇକଳା ଅଂଚଳର ମୂଳବାସୀ ଥିଲେ । ଝାଡ଼ଖଣ୍ଡ ଅଂଚଳରେ ଓଡ଼ିଆ ଭାଷା ସୁରକ୍ଷା, ସଂସ୍କୃତି ପାଇଁ ସେ ସଦା ସର୍ବଦା ଚେଷ୍ଟିତ ଥିଲେ । ଓଡ଼ିଶାର ୨୭ ଟି ଜିଲ୍ଲାରେ ସେ ଓଡ଼ିଶା ସରକାରଙ୍କ ଅଧିନରେ ଦକ୍ଷତା ସହ କାର୍ଯ୍ୟ କରି ସୁନାମ ଅର୍ଜନ କରିଥିଲେ । ଜୀବନରେ ପ୍ରଥମେ ପାରାଦୀପରେ ଚାକିରୀ ଆରମ୍ଭ କରିବା ଖଡଖାଈ, ବାଙ୍କବଳ, ନେସା, ଦେଓ ଜଳସେଚନରେ କାମ କରିଥିଲେ I ଅବସର ପରେ ରାଇରଙ୍ଗପୁରରେ ସ୍ଥାୟୀ ଭାବେ ରହି କୋଠାବାଡ଼ି ନିର୍ମାଣର ନକ୍ସା, ଅଟକଳ କାର୍ଯ୍ୟ କରୁଥିଲେ ।ରାଇରଙ୍ଗପୁର ସମେତ ଆଖପାଖ ଅଂଚଳର ଅଧିକାଂଶ କୋଠାବାଡ଼ି ତାଙ୍କର ଡିଜାଇନ୍ ଓ ପ୍ଲାନରେ ନିର୍ମିତ ହୋଇଛି । ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ନିର୍ମାଣରେ ତାଙ୍କର ଅବଦାନ ଅବର୍ଣ୍ଣନୀୟ ।ବର୍ଷେ ହେଲା ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପଡି ଶେଷରେ ଆଜି ଇହଧାମ ତ୍ୟାଗ କରିଥିଲେ । ତାଙ୍କର ମୃତ୍ୟୁରେ ରାଇରଙ୍ଗପୁର ସହର ସମେତ ଆଖପାଖ ଅଂଚଳର ସ୍ତମ୍ଭିଭୂତ ହୋଇଯାଇଛି । ଚାରିଆଡେ ଶୋକରେ ଛାୟା ।ତାଙ୍କ ମୃତ୍ୟୁ ଖବର ପାଇ ବ୍ରାହ୍ମଣ ମହାସଭାର, ବ୍ରାହ୍ମଣ ମହାସଂଘ, ବୁଦ୍ଧିଜୀବୀ, ଆତ୍ମୀୟ ସଜନ, ବଣିକ ସଂଘ ଗ୍ରାମବାସୀ ତାଙ୍କ ବାସ ଭବନରେ ପହଞ୍ଚି ଗତିର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଥିଲେ । ବାମନଘାଟୀ ବ୍ରାହ୍ମଣ ମହାସଂଘ ସଭାପତି ବିଶିଷ୍ଟ ଆଡଭୋକେଟ ପ୍ରଭାସ କବି,ବିଦ୍ୟୁତ ଶ୍ରମିକ ନେତା ଅଶ୍ବିନୀ ପଣ୍ଡା, ରାଇରଙ୍ଗପୁର ମହାବିଦ୍ୟାଳୟ ଅବସରପ୍ରାପ୍ତ ଅଧ୍ୟକ୍ଷ ମୋତିଲାଲ ଶତପଥୀ,ବିଜେଡ଼ିର ବରିଷ୍ଠ ନେତା ପାର୍ଥସାରଥୀ କବି, ଧୀରେ ପଣ୍ଡା, ଦିଲିପ ଷଡଙ୍ଗୀ, ମାନସ ଓତା, ଧୂର୍ଜିଟୀ ଓତା, ରଜନୀକାନ୍ତ ଯୁକ୍ତ ଦୁଇ ବିଦ୍ୟାଳୟରେ ଅଧ୍ୟକ୍ଷ ସଂଗ୍ରାମ କବି,ପ୍ରସନ୍ନ ଷଡଙ୍ଗୀ,ବାଇଧର ପଣ୍ଡା, ସତ୍ୟ ରଂଜନ ମହାପାତ୍ର, ସାମ୍ବାଦିକ ଅକ୍ଷୟ ବିଶ୍ବାଳ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ରାଇରଙ୍ଗପୁର ଖଡଖାଈ ନଦୀ ସନ୍ନିକଟ ସ୍ଵର୍ଗ ଦ୍ଵାରରେ ଜ୍ୟେଷ୍ଠ ପୁତ୍ର ରାଜେଶ କବି ପିତାଙ୍କ ମୁଖାଗ୍ନି ଦେବାସହ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା ।


