ସଂଯୁକ୍ତା ଯୋଗ ଏବଂ ପ୍ରାକୃତିକ ଚିକିତ୍ସା ଅନୁସନ୍ଧାନ ସଂସ୍ଥାନ ର ପ୍ରତିଷ୍ଠା ଦିବସ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୁରଭଞ୍ଜ ଜିଲ୍ଲା ବହଳଦା ସ୍ଥିତ ସଂଯୁକ୍ତା ଯୋଗ ଏବଂ ପ୍ରାକୃତିକ ଚିକିତ୍ସା ଅନୁସନ୍ଧାନ ସଂସ୍ଥାନ ଠାରେ ସଂସ୍ଥାର ପରିଚାଳନା ନିର୍ଦ୍ଧେଶକ ତଥା ପ୍ରାକୃତିକ ଚିକିତ୍ସକ ଡା. ମଧୁସୂଦନ ଦାସ ଏବଂ ପ୍ରାକୃତିକ ଚିକିତ୍ସିକା ଡା. କସ୍ତୁରୀ ଦାସ’ଙ୍କ ପରିଚାଳନାରେ ସଂସ୍ଥାନର ତୃତୀୟ ବାର୍ଷିକ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି।ଏହି ୟୋଗା ଏଣ୍ଡ ନେଚର କେୟାର ରିସର୍ଚ ଇନ୍ସିଟିଚ୍ୟୁସନ ର ପ୍ରତିଷ୍ଠା ଦିବସ ପାଳନ କାର୍ଯ୍ୟକ୍ରମରେ ପଣ୍ଡିତ ଅନନ୍ତ ମିଶ୍ର ପୂଜାକର୍ମ ସମ୍ପାଦନ କରିଥିଲେ। ପୂଜା ଶେଷରେ ମୁଖ୍ୟ ଅତିଥି ଶ୍ରୀମାନ ସୁମନ୍ତ ବେହେରା (କେନ୍ଦୁଝର ଜିଲ୍ଲା ଯୋଗ ଶିକ୍ଷକସଂଘ ସାଧାରଣ ସଂପାଦକ ତଥା ଓଡିଶା ଯୋଗ ଫେଡେରେସନ ଏବଂ ଓଡିଶା ଯୋଗ ଶିକ୍ଷକ ମହାସଂଘ ଉପଦେଷ୍ଟା) ଭାରତ ମାତା’ଙ୍କ ଫୋଟ ଚିତ୍ର ସମ୍ମୁଖରେ ଦୀପ ପ୍ରଜ୍ବଳନ କରି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ ଏହି ଅବସରରେ ସ୍ବତନ୍ତ୍ର ଅତିଥି ଭାବେ ଆଇନଜୀବି ତଥା ବିଶ୍ବହିନ୍ଦୁ ପରିଷଦ ପଶ୍ଚିମ ମୟୁରଭଞ୍ଜ ଜିଲ୍ଲା ସଭାପତି ମଙ୍ଗଳୁରାମ ମହାନ୍ତ, ବିଶେଷ ଅତିଥି ଭାବେ ଲମ୍ବୋଧର ମହାନ୍ତ (କେନ୍ଦୁଝର ଜିଲ୍ଲା ଯୋଗ ଶିକ୍ଷକ ଏବଂ ଯୋଗ ବିସ୍ତାରକ), ମୁଖ୍ୟବକ୍ତା ଭାବେ କାର୍ତ୍ତିକ ମହାନ୍ତ (ସଂପାଦକ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଜିଲ୍ଲା ମୁଖ୍ୟ ମାର୍ଗ ପ୍ରମୁଖ), ସମ୍ମାନୀୟ ଅତିଥୀ ଭାବେ ଆଇନଜୀବୀ ନନ୍ଦକିଶୋର କିସ୍କୁ (ପଶ୍ଚିମ ମୟୁରଭଞ୍ଜ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ବିଶ୍ବହିନ୍ଦୁ ପରିଷଦ), ସ୍ମୃତିମୟ ମହାନ୍ତ (ଜିଲ୍ଲା ଉପସଭାପତି ବିଶ୍ବହିନ୍ଦୁ ପରିଷଦ, ପ.ମୟୁରଭଞ୍ଜ), ଅରବିନ୍ଦ ସାହୁ (ଜିଲ୍ଲା ସହ ସଂପାଦକ ବିଶ୍ବହିନ୍ଦୁ ପରିଷଦ), ଇଂ କମଳାକାନ୍ତ ନାୟକ (ସହ ସଂପାଦକ ବିଶ୍ବହିନ୍ଦୁ ପରିଷଦ), ବିକାଶ ଦାସ (ଜିଲ୍ଲା ଉପ ସଭାପତି, ବିଶ୍ବହିନ୍ଦୁ ପରିଷଦ), ରୁପଭାନୁ ମହାନ୍ତ, ସରୋଜିନୀ ଦିଦି ଏବଂ କେନ୍ଦୁଝର ଜିଲ୍ଳାର ଯୋଗ ଶିକ୍ଷକ ବୃଷଭାନୁ ମହାନ୍ତ, ମନୋରମା ନାୟକ, ଅଳକାନନ୍ଦ ମହାନ୍ତ, ପିଙ୍କି ସେଠି, ଲିଲିପ୍ତା ମହାନ୍ତ, ଗିତାଞ୍ଜଳୀ ମହାନ୍ତ, ରିଙ୍କି ମହାନ୍ତ, ସରୋଜିନୀ ମହାନ୍ତ ଓ ସବିତା ମହାନ୍ତ ପ୍ରମୁଖ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମରେ ବହୁ ବିଶିଷ୍ଠ ବ୍ୟକ୍ତି ଏବଂ ଅନୁଷ୍ଠାନ ର ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ।ଏହି ସଂସ୍ଥାନ ପକ୍ଷରୁ ଯୋଗ ବିଜ୍ଞାନ, ଯୋଗ ଶିକ୍ଷକ, ଯୋଗ ଥେରାପି, ଯୋଗ ଶିକ୍ଷା, ପ୍ରାକୃତିକ ବିଜ୍ଞାନ, ନେଚୁରୋପ୍ୟାଥି ସାଇନ୍ସ, ହର୍ବାଲ ଥେରାପି, ଏକ୍ୟୁପ୍ରେସର ଥେରାପି, ଓବେସିଟି ମେନେଜମେଣ୍ଟ, ଡାଇବେଟିଜ ମେନେଜମେଣ୍ଟ, ଧ୍ୟାନ, ଆସନ ଏବଂ ପ୍ରଣାୟାମ ପ୍ରଭୃତ୍ତି ବିଭାଗରେ ଡିପ୍ଲୋମା ପାଠ୍ୟକ୍ରମ ର ଶିକ୍ଷା ବ୍ୟବସ୍ଥା ରହିଥିବା ବେଳେ ଆଗକୁ ପ୍ରାକୃତିକ ଚିକିତ୍ସା (ନେଚୁରୋ ପ୍ୟାଥି ଥେରାପୀ) ମାଧ୍ୟମରେ ବିଭିନ୍ନ ଦୁଃସାଧ୍ୟ ରୋଗର ଚିକିତ୍ସା ଆରମ୍ଭ କରାଯିବାର ଲକ୍ଷ ରହିଥିବା ନେଇ ସଂଯୁକ୍ତା ଯୋଗ ଏବଂ ପ୍ରାକୃତିକ ଚିକିତ୍ସା ଅନୁସନ୍ଧାନ ସଂସ୍ଥାନର ପରିଚାଳନା ନିର୍ଦ୍ଧେଶକ ଶ୍ରୀ ଦାସ ସୂଚନା ପ୍ରଦାନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ