ସଇଦ୍ ଯବାରଙ୍କୁ ନନ୍ଦକିଶୋର ସ୍ମୃତି ସମ୍ମାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ସିଟି କ୍ଲବ ନୟାପଲ୍ଲୀ ଭୁବନେଶ୍ୱର ପକ୍ଷରୁ ବିଶିଷ୍ଟ ଫୁଟବଲ କୋଚ୍ ନନ୍ଦକିଶୋର ପଟ୍ଟନାୟକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ବରମୁଣ୍ଡାସ୍ଥିତ ହୋଟେଲ ଚନ୍ଦନଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ କ୍ରୀଡ଼ା ପ୍ରଶାସକ ଶ୍ରୀ ଅଶୋକ କୁମାର ମହାନ୍ତି ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ଆଥଲେଟିକ ଆସୋସିଏସନର ସମ୍ପାଦକ ଡଃ ସୌର୍ଯ୍ୟରଞ୍ଜନ ପରିଜା, ମୁଖ୍ୟବକ୍ତା ଭାବେ ପ୍ରେରଣା ଗ୍ରୀନ୍ ଆର୍ମିର କମାଣ୍ଡର ଇନ୍ ଚିଫ୍ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ ଯୋଗ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଭାରତର ପୂର୍ବତନ ମହିଳା ଫୁଟ୍‌ବଲ କୋଚ ମହମ୍ମଦ ସଇଦ୍ ଯବାରଙ୍କୁ ପ୍ରଥମ ନନ୍ଦକିଶୋର ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଭାଗ୍ୟଧର ଜଗଦେବ, ସ୍ନିଗ୍ଧା ମହାପାତ୍ର, ଜାତୀୟ ଖେଳାଳି ତିଳୋତ୍ତମା ବିଶ୍ୱାଳ, ଶିକ୍ଷାବିତ୍ ଜଲିଲ ଖାନ, ବିଶିଷ୍ଟ କ୍ରୀଡ଼ା ସଂଗଠକ ସହଦେବ ରାଉତ, ମହମ୍ମଦ ଗୁଲଫମ୍‌, କ୍ଲବ ୭୩ର ସମ୍ପାଦକ ସୁବ୍ରତ ପଟ୍ଟନାୟକ, ସିଟି କ୍ଲବର ସମ୍ପାଦକ ପ୍ରଦୀପ କୁମାର ରାଉତରାୟ, ଯୋଗେନ୍ଦ୍ର ଜେନା, ତପନ ଭଞ୍ଜ, ପୂର୍ବତନ ରଣଜି ଖେଳାଳି ଅଶୋକ ପଟ୍ଟନାୟକ, ଇଂ ସୁବ୍ରତ ଦାସ, ଏବଂ ନିତା ଫୁଟବଲ ଏକାଡ଼େମୀର ସମସ୍ତ ଖେଳାଳି ଉପସ୍ଥିତ ରହି ସ୍ୱର୍ଗତ ପଟ୍ଟନାୟକଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ