ସକ୍ରିୟ ମାମଲାଠାରୁ ଅଧିକ ଆରୋଗ୍ୟ ସଂଖ୍ୟା ଅଧିକ
ନୂଆଦିଲ୍ଲୀ : କୋଭିଡ-୧୯ର ପ୍ରତିରୋଧ ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ଵାରା କ୍ରମାଗତ ଭାବେ ନିଆଯାଇଥିବା ସମନ୍ୱିତ ପଦକ୍ଷେପଗୁଡ଼ିକ ଫଳରେ କରୋନା ରୋଗୀଙ୍କ ମଧ୍ୟରେ ସୁସ୍ଥତା ହାର ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି । ଜୋରଦାର ପରୀକ୍ଷଣ ଏବଂ ଠିକ୍ ସମୟରେ ନିରାକରଣ ସହିତ କୋଭିଡ ରୋଗୀ ଜଟିଳ ପରିସ୍ଥିତିରେ ପହଞ୍ଚିବା ପୂର୍ବରୁ ଚିହ୍ନଟ; ଆବଧାଞ୍ଚଳରେ ନୀରିକ୍ଷଣ କାର୍ଯ୍ୟକଳାପ ଯୋଗୁଁ ସଂକ୍ରମଣ ହାର ନିୟନ୍ତ୍ରଣରେ ରହିପାରିଛି । ଅକ୍ସିମିଟର ବ୍ୟବହାର ସହିତ ଘରୋଇ ଏକାନ୍ତବାସରେ ସଂକ୍ରମିତଙ୍କ ଯତ୍ନ ନେବା ଫଳରେ ହସ୍ପିଟାଲ ଭିତ୍ତିଭୂମି ଉପରେ ନିର୍ଭର ନ କରି ଅସ୍ଵାଭାବିକ କିମ୍ବା ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କୁ ଯାଞ୍ଚ କରାଯାଇପାରୁଛି । ଏହି ନୀତି ଦ୍ଵାରା ଗତ ୨୪ ଘଣ୍ଟା ମଧ୍ୟରେ ୧୮,୮୫୦ ଜଣ ସଂକ୍ରମିତ ରୋଗୀ ଆରୋଗ୍ୟ ଲାଭ କରିପାରିଛନ୍ତି ଯାହା ସମୁଦାୟ ସୁସ୍ଥତା ସଂଖ୍ୟାକୁ ୫,୫୩,୪୭୦ରେ ପହଞ୍ଚାଇଛି । ଆଜି ଆରୋଗ୍ୟ ହାର ପୁଣି ବୃଦ୍ଧି ପାଇ ୬୩.୦୨ ପ୍ରତିଶତରେ ପହଞ୍ଚିଛି । ଆରୋଗ୍ୟ ହାରରେ ୧୯ଟି ରାଜ୍ୟ ଜାତୀୟ ହାରଠାରୁ ଉର୍ଦ୍ଧ୍ଵରେ ରହିଛନ୍ତି । ଦେଶରେ ବର୍ତ୍ତମାନ ୩,୦୧,୬୦୯ ସକ୍ରିୟ ରୋଗୀ ରହିଛନ୍ତି ଏବଂ ସେମାନେ ସମସ୍ତେ ହସ୍ପିଟାଲ, କୋଭିଡ ଯତ୍ନ କେନ୍ଦ୍ର କିମ୍ବା ଘରୋଇ ଏକାନ୍ତବାସ ଦ୍ଵାରା ଡାକ୍ତରୀ ତତ୍ଵାବଧାନରେ ରହିଛନ୍ତି । ସକ୍ରିୟ ରୋଗୀ ସଂଖ୍ୟାଠାରୁ ଆରୋଗ୍ୟ ସଂଖ୍ୟା ୨,୫୧,୮୬୧ ଅଧିକ ରହିଛି । ଗୁରୁତର ମାମଲାଗୁଡ଼ିକର ଚିକିତ୍ସା ପରିଚାଳନାରେ ବୃଦ୍ଧି ଯୋଗୁଁ ଭାରତର ମୃତ୍ୟୁ ହାର ମଧ୍ୟ ତଳକୁ ଖସି ୨.୬୪ ପ୍ରତିଶତରେ ପହଞ୍ଚିଛି । ଜାତୀୟ ହାର ତୁଳନାରେ ୩୦ଟି ରାଜ୍ୟରେ ମୃତ୍ୟୁହାର କମ ରହିଛି । ଗତ ୨୪ଘଣ୍ଟା ମଧ୍ୟରେ ୨,୧୯,୧୦୩ ନମୁନା ପରୀକ୍ଷଣ ହୋଇଛି । ଆଜିସୁଦ୍ଧା ସମୁଦାୟ ୧,୧୮,୦୬,୨୫୬ଟି ନମୁନା ପରୀକ୍ଷା ହୋଇସାରିଛି । ମିଲିୟନ ପିଛା ପରୀକ୍ଷଣ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହା ଆଜି ୮,୫୫୫.୨୫ରେ ପହଞ୍ଚିଛି । ଦେଶରେ ପରୀକ୍ଷାଗାର ସଂଖ୍ୟା ପୁଣି ବୃଦ୍ଧି ପାଇଁ ୧୨୦୦ଛୁଇଞ୍ଚି, ସେଥିମଧ୍ୟରୁ ସରକାରୀ ଭାବେ୮୫୨ଟି ଥିବା ବେଳେ ଘରୟ ଭାବେ ୩୪୮ଟି ରହିଛି । ସରକାରୀ ଏବଂ ବେସରକାରୀ ଭାବେ ୮୫୦ଏବଂ ୩୪୪ଟି ରହିଛି ।


