ସଙ୍ଗରୋଧ କେନ୍ଦ୍ରକୁ ସଫା ସୁତୁରା କରିବାରେ ଲାଗିପଡିଛନ୍ତି ଅନ୍ତେବାସୀ

ହାଟଡିହି (ଓ୍ବାଇଏନ୍ଏସ୍) : ବିଶ୍ୱତାରିଣୀ ମହିଳା ମହାବିଦ୍ୟାଳୟ କ୍ୱାରେଣ୍ଟାଇନ ସେଣ୍ଟରରେ ରହୁଥିବା ଶାସଙ୍ଗ ପଞ୍ଚାୟତର ପ୍ରବାସୀ ଓଡିଆମାନେ ଏବେ କଲେଜର ବଗିଚା ସହିତ କଲେଜ ପରିସରକୁ ସଫା ସୁତୁରା କରିବାରେ ଲାଗିପଡିଛନ୍ତି । ଏଠାରେ ୨୧ଜଣ ପ୍ରବାସୀ ଥିବାବେଳେ କଲେଜର ବଗିଚା ଓ କଲେଜ ପରିସରଟି ଘାସ ନଟାରେ ପରିପୁର୍ଣ୍ଣ ହୋଇଯାଇଥିବାରୁ ଏହାକୁ ସଫା କରିବାରେ ଲାଗି ପଡିଛନ୍ତି । ଯାହାକି ଏକ ସୁନ୍ଦର ପରିବେଶ ସୃଷ୍ଟି କରିଛି । ସରପଞ୍ଚ ବିମ୍ବାଧର ବିଶ୍ୱାଳ, ଶିକ୍ଷକ ଲଳିତ ବିଶ୍ୱାଳ, ଶ୍ରୀକାନ୍ତ ସ୍ୱାଇଁ, ଦୁର୍ଗାପ୍ରସାଦ ସ୍ୱାଇଁଙ୍କ ପରାମର୍ଶ କ୍ରମେ ନୀଳମଣି ସଙ୍ଗରୋଧରେ ଥିବା ଯୁବକମାନେ ସାମାଜିକ କାର୍ଯ୍ୟକୁ ଆପଣେଇ ନେଇଛନ୍ତି ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ