ସଟସର୍କିଟ ଯୋଗୁଁ ୪ ଜଣ ଗୁରୁତର ବ୍ୟାପକ କ୍ଷୟକ୍ଷତି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୁମ୍ମା ସଦର ମହକୁମା ଖ୍ରୀଷ୍ଟିୟାନ ସାହିରେ ବୁଧବାର ରାତି ୧୦:୩୦ ମିନିଟରେ ମଙ୍ଗଳ ଲିମ୍ମାଙ୍କ ଘରେ ସଟସର୍କିଟ ଯୋଗୁଁ ନିଆଁ ଲାଗି ଯାଇଥିଲା।।ସୂଚନା ଅନୁସାରେ ଫ୍ରିଜର ଗ୍ୟାସ ଫାଟି ସଟସର୍କିଟ ହୋଇ ନିଆଁ ଲାଗି ଯାଇଥିଲା ଫଳରେ ସମ୍ପୂର୍ଣ୍ଣ ଘରର ସାମଗ୍ରୀ ପୁଡ଼ି ଯିବା ସହ ଘର ସାରା ଧୂଆଁ ହୋଇ ଯାଇଥିବା ଦେଖିବାକୁ ମିଳିଛି। ଘରର ଚାଉଳ, ଡାଲି, ତେଲ, ଆସବାବପତ୍ର, ଫ୍ରିଜ, ଟିଭି, ଇଲେକ୍ଟ୍ରିକାଲ ବୋର୍ଡ଼, ଫେନ, ଆବଶ୍ୟକ ଜିନିଷ ପତ୍ର ଜଉ ହେବା ସହ ଘର ସାରା ଧୂଆଁ ହୋଇ ସମ୍ପୂର୍ଣ୍ଣ ଘର କଳା ପଡ଼ି ଜିବା ସହ ଅଳ୍ପକେ ଜୀବନ ବଞ୍ଚି ଯାଇଥିବା ଜଣାପଡିଛି।ଘଟଣା ସମ୍ପର୍କରେ ଜାଣିବା ପରେ ଗୁମ୍ମା ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ ଓ ଧୂଆଁ ଲିଭାଇବା କାର୍ଯ୍ୟ ଶେଷ କରିଥିଲେ।ବ୍ୟାପକ କ୍ଷୟକ୍ଷତି ହେବା ସହ ଧୂଆଁ ଯୋଗୁଁ ପରିବାର ୪ଜଣ ଗୁରୁତର ଅବସ୍ଥାରେ ଗୁମ୍ମା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପରେ ଗୁରୁବାର ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡିଛି।ଏନେଇ ଗୁରୁବାର ଗୁମ୍ମା ଆରଆଇ ଦୁର୍ଗା ଚରଣ ଶତପଥୀ,ଏଆରଆଇ ସବିତା ଓ ସୁପେର ଭାଇଜର ପହଞ୍ଚି କ୍ଷୟକ୍ଷତି ଆକଳନ କରିବା ସହ ସରକାରୀ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ