ଯୁବକଙ୍କ ଝୁଲନ୍ତା ଗଳିତ ଶବ ଉଦ୍ଧାର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗାରବନ୍ଧ ଥାନା ଅନ୍ତର୍ଗତ ଗାରବନ୍ଧ ଗ୍ରାମ ନିକଟସ୍ଥ ଦୁର୍ଗାମାଁ ମନ୍ଦିର ନିକଟସ୍ଥ ଦୁର୍ଗା ପାହାଡ ଜଙ୍ଗଲର ଆମ୍ବ ଗଛରେ ଆଜି ଏକ ଝୁଲନ୍ତା ଅବସ୍ଥାରେ ଏକ ଗଳିତ ମୃତ ଦେହ ଉଦ୍ଧାର କରିଛି ଗାରାବନ୍ଧା ପୁଲିସ । ଶବଟି ପଚି ଶଡି ଯାଇଛି। ମୃତକ ଜଣକ ହେଲେ ମୟୂରଭଞ୍ଜ ଜିଲ୍ଲା କେନ୍ଦୁଆ ଗ୍ରାମର ସ୍ଵାଧୀନ କୁମାର ମାଝୀ (୨୭ ବର୍ଷ) । ସୂଚନା ମୁତାବକ ସ୍ଵାଧୀନ ସାରିଆପଲ୍ଲୀ ନିକଟସ୍ଥ ଶ୍ୟାମ ଗ୍ରାନାଇଟ ରେ କାମ କରୁଥିବା ବେଳେ ଦୀର୍ଘ ୨୦ ଦିନ ହେଲା ନିଜ ଗ୍ରାମକୁ ଯିବି କହି ଚାଲିଯାଇଥିଲା । କିନ୍ତୁ ସେ ନା ନିଜ ଗ୍ରାମକୁ ଯାଇଥିଲେ ନା ନିଜେ କାମକରୁଥିବା ପଥର ଗ୍ରାନାଇଟକୁ ଆସିଥିଲେ । ତେବେ ଆଜି ପାହାଡ ଉପରକୁ ଯାଇଥିବା କିଛି ବାସିନ୍ଦା ଝୁଲନ୍ତା ମୃତ ଦେହକୁ ଦେଖି ଗାରବନ୍ଧ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଗାରାବନ୍ଧ ଥାନା ପୁଲିସ ସହ ସାଇଣ୍ଟିଫିକ ଦଳ ପହଞ୍ଚି ତଦନ୍ତ କରିଛନ୍ତି । ପୋଲିସ ଶବକୁ ଜବତ କରି ବ୍ରହ୍ମପୁର ସ୍ଥିତ ମୁଖ୍ୟ ଡାକ୍ତରଖାନାକୁ ପଠାଇ ଦେଇଥିବାର ଜଣାପଡିଛି । ଏନେଇ ଗାରବନ୍ଧ ଥାନାରେ ୦୧/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି ବୋଲି ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇ କହିଛନ୍ତି ଗାରବନ୍ଧ ଥାନା ଅଧିକାରୀ ରିନାରାଣୀ ସାହୁ ଓ ଗୁରlଣ୍ଡି ଥାନା ଅଧିକାରୀ ରବୀନ୍ଦ୍ର ପାତ୍ର । ଗାରବନ୍ଧ ଗ୍ରାମବାସୀ କହିବା ମୁତାବକ ଗ୍ରାମରେ ଜଣେ ମହିଳାଙ୍କ ସହ ଭଡା ଘରେ ରହିଆସୁଥିଲେ । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘରୋଇ କହଳ ନା କାମକରୁଥିବା ଗ୍ରାନାଇଟ୍ ଫେକ୍ଟ୍ରିରେ କୌଣସି କଥାକୁ ନେଇ କଳି ଉପୁଜିଥିବା ମୃତ୍ୟୁର କାରଣ ହୋଇଥାଇପାରେ ବୋଲି ଗ୍ରାମବାସୀଙ୍କ ମଧ୍ୟରେ ନାନାଦି ଆଲୋଚନା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ