ନୂଆଗଡ଼ରେ ଓଏସଆରଟିସି ବସଷ୍ଟାଣ୍ଡକୁ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଦୁର୍ଗମ ନୂଆଗଡ଼ ବ୍ଲକ ସଦର ମହକୁମା ସ୍ଥିତ ନୂତନ ଓଏସଆରଟିସି ତଥା ଆମ ବସଷ୍ଟାଣ୍ଡକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମଧ୍ୟମରେ ଉଦଘାଟନ କରିଛନ୍ତି। ଗଜପତି ଜିଲ୍ଲାପାଳ ସ୍ମୁତି ରଞ୍ଜନ ପ୍ରଧାନଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିବା ଲୋକାର୍ପଣ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ଚନ୍ଦ୍ର ଶେଖର ସାହୁ, ଯୋଗ ଦେଇଥିବା ବେଳେ, ପ୍ରକଳ୍ପ ନିର୍ଦ୍ଦେଶକ ଡ଼ଃ ଗୁଣନିଧି ନାୟକ, ଅତିରିକ୍ତ ଜିଲ୍ଲାପାଳ ବିରେନ୍ଦ୍ର କୁମାର ଦାସ, ଜିଲ୍ଲାପରିଷଦ ଗାବରା ତିରୁପତି ରାଓ, ଜିଲ୍ଲା ଏସଡିସି ଚେୟାରମେନ ମାରୀୟମ ରଇତ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲୋକନାଥ ଶବର, ତହସିଲଦାର ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ ପ୍ରମୁଖ ଯୋଗ ଦେଇଥିଲେ ବେଳେ ବହୁ ଜନପ୍ରତିନିଧି ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଥମେ ଜିଲ୍ଲାପାଳ କିଛି ବକ୍ତବ୍ୟ ରଖିବା ପରେ ନୂଆଗଡ଼ ବ୍ଲକ ଜନ ସାଧାରଣଙ୍କ ନିମନ୍ତେ ଗ୍ରାମର ଅର୍ମିଏଲ୍ ଏଡଲା ମାନ୍ୟବର ମୂଖ୍ୟମନ୍ତ୍ରୀ ଏବଂ ୫ଟି ଅଧ୍ୟକ୍ଷ ଭି କେ ପଣ୍ଡିଆନଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇ ଥିଲେ। ଓଡ଼ିଶା ର ୧୩ଟି ଜିଲ୍ଲାର ୨୦ଟି ନୂତନ ବସଷ୍ଟାଣ୍ଡ ଲୋକାର୍ପିତ ହୋଇଥିବା ବେଳେ ସେଥି ମଧ୍ୟରେ ନୂଆଗଡ଼ ବ୍ଲକ ସଦର ମହକୁମାର ନୂତନ ବସଷ୍ଟାଣ୍ଡ ବସଷ୍ଟାଣ୍ଡ ୧.୨୩ ସେଣ୍ଟ ଜାଗା ରେ ନିର୍ମିତ ହୋଇଛି। ଏଥିରେ ଯାତ୍ରୀ ମାନଙ୍କ ସୁବିଧା ନିମନ୍ତେ ମନୋରଞ୍ଜନ ନିମନ୍ତେ ଏଲ୍ ଇଡି ଟିଭି,ମୋବାଇଲ୍ ଚର୍ଚ୍ଚ, ପିଇବା ପାଣି ଓ ସୌଚଳ ବ୍ୟବସ୍ଥା ରହିଛି। ବସ ଷ୍ଟାଣ୍ଡ କୁ ସୁନ୍ଦର ବା ଆକର୍ଷଣ କରିବା ଲାଗି ଚତୁର ପାଶ୍ୱର୍ରେ ସୁନ୍ଦର ଫୁଲଗଛ,ବିଭିନ୍ନ କଳର ଆଲୋକରେ ଆଲୋକିତ କରାଯାଇଛି। ସହରାଞ୍ଚଳ ବସଷ୍ଟାଣ୍ଡ ଭଳି ଉପାନ୍ତ ଦୁର୍ଗମ ଗ୍ରାମାଞ୍ଚଳରେ ବସ ଷ୍ଟାଣ୍ଡ ନିର୍ମିତ ହୋଇଥିବାରୁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ସହ ଧନ୍ୟବାଦ୍ ଜଣାଇ ଛନ୍ତି ଅଞ୍ଚଳ ବାସି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ