ସଡକ ସୁରକ୍ଷା ଜୀବନ ରକ୍ଷା ସଚେତନା କାର୍ଯ୍ୟକ୍ରମ ଉଦଯାପିତ

ଛତ୍ରପୁର (ଦେବଦତ୍ତ ମହାରଣା) : ଛତ୍ରପୁର ର ପ୍ରତିଭା ଆବାସିକ ମହାବିଦ୍ୟାଳୟ ପରିସରରେ ସଡକ ସୁରକ୍ଷା ଜୀବନ ରକ୍ଷା ମାସ କାର୍ଯ୍ୟକ୍ରମର ଉଦଯାପିତ ସମାରୋହ ବିକାଶ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଂପାଦକ ଗୋକୁଳ ଚନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛିା ଏଥିରେ ଗଞ୍ଜାମ ଆରଟିଓ ବିକାଶ ଚନ୍ଦ୍ର ଚୈାଧୂରୀ ମୁଖ୍ୟ ଅତିଥୀଭାବେ ଯୋଗଦେଇ ସଡକ ସୁରକ୍ଷା ଜୀବନ ରକ୍ଷା ସମ୍ପର୍କରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀଙ୍କୁ ସଚେତନତା କରାଇଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ଫିଲ୍ଡ ପବ୍ଲିସିଟି ଅଫିସର ମନମୋହନ ପାଢ଼ୀ, ପ୍ରତିଭା ଆବାସିକ ମହାବିଦ୍ୟାଳୟର ଅଧ୍ୟକ୍ଷ ଚିନ୍ମୟ କୁମାର ଦାଶ, କ୍ୟୁୟର୍ସ ଅନୁଷ୍ଠାନର ସଂପାଦକ ଅରୁଣ କୁମାର ଶତପଥୀ ଯୋଗ ଦେଇ ସଡ଼କ ସୁରକ୍ଷ ଉପରେ ବିଭିନ୍ନ ସଚେତନ କରାଇଥିଲେ । ଏହି ଅବସରରେ ପୂର୍ବରୁ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଡକ ସୁରକ୍ଷା ଜୀବନ ରକ୍ଷା ସମ୍ପର୍କରେ କୁଇଜ୍ ପ୍ରତିଯୋଗିତା ହୋଇଥିଲା । ଏଥିରେ କୃତୀତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟଅତିଥିଙ୍କ ଦ୍ୱାରା ସାଟିଫିକେଟ୍ ପ୍ରଦାନ କରାଯାଇଥିଲା । ମାର୍ଚ୍ଚ ୩ ତାରିଖରୁ ବିକାଶ ଅନୁଷ୍ଠାନ ପକ୍ଷରୁ ସଚେତନ ରଥ ମାଧ୍ୟମରେ ଜିଲ୍ଲାବାସୀଙ୍କୁ ସଡ଼କ ସୁରକ୍ଷା ଜୀବନ ରକ୍ଷା ଉପରେ ସଚେତନତା କରାଯିବା ସହ ପଥପ୍ରାନ୍ତ ନାଟକ ଓ ଶୋଭାଯାତ୍ରା ମାଧ୍ୟମରେ ଏହାର ବାର୍ତ୍ତା ଦିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ