ଶିବପ୍ରସାଦ ମେମୋରିଆଲ କ୍ରିକେଟ ଟୁନାମେଂଟର ଫାଇନାଲ ମ୍ୟାଚ ଇଲେଭ୍ନ ଷ୍ଟାର କ୍ରିକେଟ କ୍ଲବ ଚମ୍ପିଆନ
ନାଉଗାଁ, (ଓ୍ବାଇଏନ୍ଏସ୍):ନାଉଗାଁ ବ୍ଲକ ତିରୁଣା ପଂଚାୟତ ନରଣପୁରସ୍ଥିତ ଇଲେଭ୍ନ ଷ୍ଟାର କ୍ରିକେଟ କ୍ଲବ ଆନୁକୁଲ୍ୟରେ ଶିବପ୍ରସାଦ ମେମୋରିଆଲ କ୍ରିକେଟ ଟୁନାମେଂଟର ଫାଇନାଲ ମ୍ୟାଚ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୮ଟି ପଂଚାୟତର ୮ଟି ଦଳ ଅଂଶ ଗ୍ରହଣ କରିଥିଲେ । ଆଜିର ଫାଇନାଲ ମ୍ୟାଚ ଅରିଲୋ ପଂଚାୟତର ବାବା ବାଙ୍କେଶ୍ୱର କ୍ରିକେଟ କ୍ଲବ ଓ ତିରୁଣା ପଂଚାୟତର ଇଲେଭନ ଷ୍ଟାର କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବାବା ବାଙ୍କେଶ୍ୱର କ୍ରିକେଟ କ୍ଲବ ପ୍ରଥମେ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତି ନେଇ ନିର୍ଧାରିତ ଓଭର ମଧ୍ୟରେ ସମସ୍ତ ଉକେଟ ହରାଇ ୬୪ ରନ ସଂଗ୍ରହ କରିଥିଲା । ଏହାର ଜବାବରେ ଇଲେଭନ ଷ୍ଟାର କ୍ରିକେଟ କ୍ଲବ କେବଳ ୪ ଓଭରରେ ଗୋଟିଏ ଉକେଟ ହରାଇ ୬୬ ରନ ସଂଗ୍ରହ କରି ଚମ୍ପିଆନ ହୋଇଥିଲା । ଏହି ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଓଡିଶା କାଜୁ ନିଗମର ଅଧ୍ୟକ୍ଷ ଅମରେନ୍ଦ୍ର ଦାସ, ସମ୍ମାନନୀୟ ଅତିଥି ଭାବେ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ଛାତ୍ର ସଂସଦର ପୂର୍ବତନ ସଭାପତି ତାପସ ଦାସ, ସୌମ୍ୟସଂଜୀବ ଦାସ, ଅଲଣା ପଂଚାୟତ ପୂର୍ବତନ ସରପଂଚ ସୁଶାନ୍ତ ମଲ୍ଲିକ, ବିଦୁର ନାୟକ, ଜିଲ୍ଲା ଯୁବ କଂଗ୍ରେସର ସାଧାରଣ ସଂପାଦକ ରଶ୍ମୀରଂଜନ ତ୍ରିପାଠୀ, ରାଣାପ୍ରତାପ ଜେନା, ସୂର୍ଯ୍ୟକାନ୍ତ ରାୟ ପ୍ରମୁଖ ଯୋଗ ଦେଇଥିଲେ । ନିଗମର ଅଧ୍ୟକ୍ଷ ଶ୍ରୀ ଦାସ ଚମ୍ପିଆନ ଦଳକୁ ବିଜୟୀ ଟ୍ରଫି ପଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ କ୍ଲବର ସଦସ୍ୟ ଭବାନୀ ଶଙ୍କର ଦାସ, ଦିପ୍ତିରଂଜନ ତ୍ରିପାଠୀ, ରାକେଶ ରାୟ, ଲକ୍ଷ୍ମଣ ରାୟ ପ୍ରମୁଖ ପରିଚାଳନା କରିଥିଲେ ।


