ସତ୍ୟ ମହିମା ଆଶ୍ରମରେ ବାର୍ଷିକ ଉତ୍ସବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ଖଣ୍ଡଗିରିସ୍ଥିତ ସତ୍ୟ ମହିମା ଆଶ୍ରମରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମଲୀନ ବ୍ରହ୍ମାବଧୂତ ଜୟକୃଷ୍ଣ ବାବା ମହୋଦୟଙ୍କ ପୂର୍ବ ଆଦେଶ ଅନୁଯାୟୀ ବିଶ୍ୱଶାନ୍ତି ଯଜ୍ଞ ସହିତ ମାଙ୍ଗଳିକ କାର୍ଯ୍ୟକ୍ରମ ତଥା ବ୍ରାହ୍ମ ମୁହୂର୍ତ୍ତରେ ବ୍ରହ୍ମଧୂନୀ ସ୍ଥାପନ ବିଶ୍ୱଶାନ୍ତି ଜଗତବାସୀଙ୍କ ପାଇଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ମହିମା ଧର୍ମର ସାଧୁ ସନ୍ନ୍ୟାସୀ, ଭକ୍ତଙ୍କ ସହିତ ବହୁ ଜନସାଧାରଣ ଯୋଗଦାନ କରିଥିଲେ । ବାହାରୁ ଆସିଥିବା ସମସ୍ତ ଭକ୍ତଙ୍କ ପାଇଁ ରହଣୀ ଓ ଭୋଜନର ବ୍ୟବସ୍ଥା କରାଯାଇଥିଲା ବୋଲି ମହିମା ସେବା ଫାଉଣ୍ଡେସନ୍‌ର ସଭାପତି ନାରାୟଣ ଖୁଣ୍ଟିଆ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ