ସନ୍ତାନ ପ୍ରାପ୍ତ କରାଉଥିବା ମନ୍ଦିର

ଦୁନିଆରେ ସବୁ ଦମ୍ପତି ସନ୍ତାନ ସୁଖ ଚାହାନ୍ତି। କିଛି ଦମ୍ପତିଙ୍କ ଭାଗ୍ୟରେ ସନ୍ତାନ ସୁଖ ନ ଥାଏ। ଯଦି ଆପଣ ସନ୍ତାନ ସୁଖରୁ ବଞ୍ଚିତ ତେବେ ତାମିଲନାଡୁର ଇଦ୍ୟୁମ୍ବନ ମନ୍ଦିର ଦର୍ଶନ କଲେ ଶୁଭଫଳ ମିଳେ ବୋଲି ମାନ୍ୟତା ରହିଛି। ଯେଉଁ ମହିଳା ଏଠାକୁ ସନ୍ତାନ ପ୍ରାପ୍ତି ପାଇଁ ଆସନ୍ତି ତାଙ୍କ ଇଚ୍ଛା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏଠାରେ ଭଗବାନଙ୍କୁ ପ୍ରସାଦ ଭାବେ ଲେମ୍ବୁ ଚଢାଯାଏ। ପରେ ଯେଉଁ ଦମ୍ପତି ନିଃସନ୍ତାନ ଥାନ୍ତି ତାଙ୍କୁ ଏହା ଖାଇବାକୁ ଦିଆଯାଏ। ଫଳରେ କିଛିଦିନ ପରେ ସେମାନଙ୍କୁ ଘରକୁ ଖୁସି ଖବର ଆସିଥାଏ ବୋଲି ବିଶ୍ୱାସ ଅଛି। ଏହି ମନ୍ଦିରରେ ଲେମ୍ବୁ ନିଲାମ ରଖାଯାଏ। ମନ୍ଦିରର ଏଭଳି ବିଶେଷତ୍ତ୍ୱ ଜାଣି ଦେଶରୁ ବିଭିନ୍ନ ସ୍ଥାନରୁ ଲୋକେ ଏଠାକୁ ବୁଲିବାକୁ ଆସନ୍ତି। ବର୍ଷକେ ଥରେ ମନ୍ଦିରରେ ଏକ ମେଳାର ଆୟୋଜନ କରାଯାଏ। ଏହା ୯ ଦିନ ବ୍ୟାପି ଚାଲିଥାଏ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ