ଅଜବ ସହର : ଗଳି ନାହିଁ କି ରାସ୍ତାର ନାଁ ନାହିଁ

ଜର୍ମାନୀ: ସାଧାରଣତଃ ବଡ଼ ବଡ଼ ସହରରେ ଅନେକ ଗଳି ଓ ରାସ୍ତା ଦେଖିବାକୁ ମିଳିଥାଏ। ଏମିତିକି ଏକ ଛୋଟ ସହରରେ ଅଗଣିତ ଗଳି, ସାହି, ବସ୍ତି ଓ ରାସ୍ତାଘାଟ ଦେଖିବାକୁ ମିଳେ ଏବଂ ପ୍ରତି ଗଳି, ସାହି, ବସ୍ତି ଓ ରାସ୍ତାଘାଟକୁ ବିଭିନ୍ନ ନାମରେ ନାମିତ କରାଯାଇଥାଏ। ମାତ୍ର ବିଶ୍ୱରେ ଏମିତି ଏକ ସହର ରହିଛି, ଯେଉଁଠି ମୁଖ୍ୟ ଛକକୁ ଛାଡ଼ିଦେଲେ ଅନ୍ୟ କୌଣସି ଛକ, ଗଳି, ରାସ୍ତା ସବୁ ବେନାମୀ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏମିତି ଏକ ସହର ରହିଛି ଜର୍ମାନୀରେ। ଇତିହାସ କୁହେ, ହିଲିଗର୍ମିସନ୍‌ ସହର ୧୯୭୦ ମସିହାରେ ଏଠାରେ ଗଠନ କରାଯାଇଥିଲା। ମାତ୍ର ଏହା ମଧ୍ୟ ମୂଳ ନାଁ ନୁହେଁ। ଏହା କେବଳ ଘର ନଂ. ଏବଂ ପୁରୁଣା ଏକ ଗାଁର ନାମାନୁସାରେ କରାଯାଇଛି। ଏହି ସହରରେ ୨୨୦୦ ଲୋକ ବସବାସ କରୁଛନ୍ତି। ଚଳିତବର୍ଷ ଏଠାରେ ରହୁଥିବା ଲୋକମାନେ ସହରର ନାଁ କ’ଣ ଦେବେ ବୋଲି ଭୋଟିଂ କରାଯାଇଛି। ନାମକରଣ କରିବାକୁ ୬୦ ପ୍ରତିଶତ ଲୋକଙ୍କ ମଧ୍ୟରେ ଜନମତ ସଂଗ୍ରହ କରାଯାଇଥିଲା। ସେମାନେ କହିଥିଲେ, ପୂର୍ବରୁ ଯେମିତି ଅଛି ଠିକ୍‌ ଅଛି। କୌଣସି ସଡ଼କ କିମ୍ବା ଗଳିର ନାଁ ଦିଆ ନ ଯାଉ। କିନ୍ତୁ ପରିଷଦ ପକ୍ଷରୁ କୁହାଯାଇଥିଲା, ଗଳିକନ୍ଦିର ନାମ ଦିଆଯିବା ଉଚିତ୍‌। ଆପାତତଃ ସହରକୁ ଆସୁଥିବା ଅଜଣା ଲୋକେ ରାସ୍ତାଘାଟ ଜାଣିବାରେ ଅସୁବିଧା ହେବ ନାହିଁ। କିନ୍ତୁ ସ୍ଥାନୀୟ ଲୋକେ ଏଥିରେ ସହମତ ନୁହନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ