ସଫଳ ବ୍ୟକ୍ତିଙ୍କ ସହ ଆଲୋଚନା କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ବିଭିନ୍ନ କ୍ଷେତ୍ରରେ ସଫଳ ହୋଇଥିବା ବ୍ୟକ୍ତିଙ୍କ ସହ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଆଲୋଚନା କରିଛନ୍ତି। କଲା, ବିଜ୍ଞାନ, କ୍ରୀଡା, ପାରମ୍ପରିକ କଳାକୃତି କ୍ଷେତ୍ରରେ ପ୍ରଶଂସନୀୟ କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷଙ୍କୁ ରାଷ୍ଟ୍ରପତି ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ଦେଶବାସୀଙ୍କ ପାଇଁ ଅବିରତ ଭାବେ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ରାଷ୍ଟ୍ରପତି କୋବିନ୍ଦ ଏହି ସାକ୍ଷାତ ଆଲୋଚନା ସମୟରେ ଦିବ୍ୟାଙ୍ଗମାନଙ୍କ ବିକାଶ ପାଇଁ କାମ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରଶଂସା କରିବା ସହ ସ୍ୱାସ୍ଥ୍ୟସେବା, ଶିକ୍ଷା, ମହିଳା ଓ ଶିଶୁ ଶିକ୍ଷା, ପାରମ୍ପରିକ କଳା କୃତିର ପୁନରୁଦ୍ଧାରକାରୀଙ୍କ କାର୍ଯ୍ୟ ଶୈଳୀ ସମ୍ପର୍କରେ ପଚାରି ବୁଝିଥିଲେ। ସେହି ବ୍ୟକ୍ତିମାନଙ୍କୁ ରାଷ୍ଟ୍ରପତି ନିମନ୍ତ୍ରଣ କରିଥିଲେ। ଏହି ଅବସରରେ ରାଷ୍ଟ୍ରପତି ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ତାଙ୍କ ପତ୍ନୀ କଳ୍ପନା ମୁର୍ମୁ ସୋରେନ ଏବଂ ସେନା ମୁଖ୍ୟ ଜେନେରାଲ ଏମଏମ ନରୱାଣେଙ୍କ ସହ ରାଷ୍ଟ୍ରପତି ଭବନରେ ସାକ୍ଷାତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ