ସବୁଜ ଟେକ୍ସଟାଇଲ ପ୍ରକଳ୍ପ କାର୍ଯ୍ୟ ସପକ୍ଷ ବିପକ୍ଷବାଦୀଙ୍କ ମତରେ ଶେଷ ହେଲା ଜନଶୁଣାଣୀ ଶିବିର

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା);ଭଣ୍ଡାରିପୋଖରୀ ବ୍ଲକ ଧାମନଗର ଛକ ନିକଟ ଇଡକୋ ଅଧିକୃତ ଜମିରେ ସବୁଜ ଟେକ୍ସଟାଇଲ ପ୍ରକଳ୍ପ ନିର୍ମାଣ ନେଇ ଆଜି ଏଜ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଉକ୍ତ ଶିବିରକୁ ଆୟୋଜନ କରିଥିଲେ । ଭଣ୍ଡାରିପୋଖରୀ କଲେଜ ପରିସରରେ ଅନୁଷ୍ଠିତ ହୋଇଥିବା ଜନଶୁଣାଣୀ ଶିବିରରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅରୁଣ କୁମାର ମହାପାତ୍ର ଅଧ୍ୟକ୍ଷତା କରିଥିବାବେଳେ ଏଥିରେ ସ୍ଥାନୀୟ ତହସିଲଦାର ମୃତ୍ୟୁଞ୍ଜୟ ଭୂୟାଁ, ଥାନାଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ, ଇଡକୋ ଅଧିକାରୀ, ଭାରତୀୟ ତୈଳ ନିଗମର ଅଧିକାରୀଙ୍କ ସହିତ ବାଲେଶ୍ୱର ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରକ ବୋର୍ଡ ଅଧିକାରୀ ଉପସ୍ଥିତ ଥିଲେ । ଶିବିରରେ ଜମି ହରାଇଥିବା ନଗୁଆଁ, ପାଇମହୁରା ଓ ହେଲପୁର ଗ୍ରାମର ଚାଷୀମାନେ ଉପସ୍ଥିତ ଥିଲେ । ୧୯୯୩ ମସିହାରେ ସରକାର ଚିନି ଶିଳ୍ପ କରିବେ କହି ଆମଠାରୁ ଶାଗମାଛ ଦରରେ ଜମିନେଇ ଆମକୁ ୨୭ବର୍ଷ ହେବ ଭୂଆଁ ବୁଲାଉଥିବା ଚାଷୀମାନେ ଅଭିଯୋଗ କରିଥିଲେ । ଏପରିକି ଆଇନର ଜାଲରେ ମଧ୍ୟ ଚାଷୀଙ୍କୁ ଛନ୍ଦି ଦେଇଥିବା ଶିବିରରେ ମତ ପ୍ରକାଶ ପାଇଥିଲା । ଶିଳ୍ପ ହେଲେ ଆଖପାଖ ଅଞ୍ଚଳରେ ପରିବେଶ ପ୍ରଦୂଷଣ ସହିତ ଲୋକମାନଙ୍କର ଯାବତୀୟ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ ବୋଲି କିଛିଚାଷୀ ମତଦେଇଥିବାବେଳେ ଜମିର ପୁନଃ ମୂଲ୍ୟାୟନ କରିବା ଓ ସ୍ଥାନୀୟ ନିଯୁକ୍ତିକୁ ଅଗ୍ରାଧିକାର ଦେଇ ଶିଳ୍ପ ପ୍ରତିଷ୍ଠା କରିବାକୁ କିଛି ବ୍ୟକ୍ତି ପ୍ରସ୍ଥାବ ଦେଇଥିଲେ । ଅଧିକାରୀମାନେ ମଧ୍ୟ ସେମାନଙ୍କ ମତ ଜନଶୁଣାଣୀ ଶିବିରରେ ଉପସ୍ଥାପନା କରିଥିଲେ । ଉକ୍ତ ଆୟୋଜିତ ଶିବିରରେ ବ୍ଲକ ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ଜଳମଣ୍ଡୁଆ ସରପଞ୍ଚ ଜଗବନ୍ଧୁ ଦାସ, ନଗୁଁଆ ସରପଞ୍ଚ କମଳ କୁମାର ନନ୍ଦ, ନିର୍ଗୁଣ୍ଡି ସରପଞ୍ଚ ନମିତା ପାତ୍ର, ସରସଦା ସରପଞ୍ଚ ମଣିକାଞ୍ଚନ ସେନାପତି, ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ମୁକ୍ତିକାନ୍ତ ଜେନା, ସୀତାକାନ୍ତ ଜେନା, ଅମୂଲ୍ୟ ମହାକୁଡ ପ୍ରମୁଖ ଶିଳ୍ପ ପ୍ରତିଷ୍ଠା ବାବଦରେ ବିଭିନ୍ନ ମତ ଦେଇଥିଲେ । ଏହା ସହିତ କୃଷକ ମଞ୍ଚର ସଭାପତି ପିତାମ୍ବର ମହାପାତ୍ର, ସମ୍ପାଦକ ସୁଧାକର ମହାନ୍ତି ବିଭିନ୍ନ ଦାବି ଉପସ୍ଥାପନା କରିଥିବାବେଳେ ଚାଷୀ ରବିନ୍ଦ୍ର ମହାନ୍ତି, ଅମୂଲ୍ୟ ମହାକୁଡ, ସୁଧାକର ମହାନ୍ତି, ମନୋରଞ୍ଜନ କବିଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଜମି ହରାଇଥିବା ଜନସାଧାରଣ ଏଥିରେ ଉପସ୍ଥିତ ରହି ମିଶ୍ରିତ ମତ ପ୍ରକାଶ କରିଥିଲେ । ମୋଟାମୋଟି ଭାବେ ଶିଳ୍ପ ପ୍ରତିଷ୍ଠା ପାଇଁ ଉକ୍ତ ଶିବିରରେ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମତ ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ