ସବୁଜ ସଂକଳ୍ପ ଅଭିଯାନ ପାଇଁ ପଞ୍ଚାୟତ ସ୍ତରୀୟ ପ୍ରସ୍ତୁତି ବୈଠକ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ବେଲଗୁଣ୍ଠା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ଆହ୍ୱାନ୍ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଚଳିତ ମାସ 26 ତାରିଖରେ କାର୍ଗିଲ୍ ବିଜୟ ଦିବସ ଉପଲକ୍ଷେ ସମଗ୍ର ବେଲଗୁଣ୍ଠା ବ୍ଳକ୍ ରେ ଅନୁଷ୍ଠିତ ହେବାକୁ ଯାଉଛି ସବୁଜ ସଂକଳ୍ପ ଅଭିଯାନ I ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତିର ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟ,ଶିକ୍ଷାନୁଷ୍ଠାନ ଏବଂ ଅଙ୍ଗନୱାଡ଼ି କେନ୍ଦ୍ର ମାନଙ୍କରେ ଚାରା ରୋପଣ କରାଯିବ I ଏଥିନିମିତ୍ତ ପୂର୍ବରୁ ବ୍ଳକ୍ ଅଧ୍ୟକ୍ଷ ଶ୍ରୀ ନାୟକଙ୍କ ଅଧ୍ୟକ୍ଷତାରେ ଚାରୋଟି ପର୍ଯ୍ୟାୟରେ ପଞ୍ଚାୟତ ସମିତି ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଥିବା ବେଳେ ଆଜି ବ୍ଳକ୍ ର ସମସ୍ତ ଅଠରଟି ପଂଚାୟତରେ ସରପଞ୍ଚ ମାନଙ୍କ ଅଧ୍ୟକ୍ଷତାରେ ଗ୍ରାମ ପଂଚାୟତ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ମନୋନୀତ ପଞ୍ଚାୟତ ସଂଯୋଜକ ମାନଙ୍କ ସଂଯୋଜନାରେ ଅନୁଷ୍ଠିତ ପଞ୍ଚାୟତ ସ୍ତରୀୟ ବୈଠକରେ ଜନପ୍ରତିନିଧି, ପିଇଓ,ଜିଆରଏସ୍,ଶିକ୍ଷାନୁଷ୍ଠାନ ମୁଖ୍ୟ, ଅଙ୍ଗନୱାଡି କର୍ମୀ, ସାମାଜିକ କର୍ମୀ ଉପସ୍ଥିତ ରହି ସବୁଜ ରଥର ସ୍ଵାଗତ,ଚାରା ସଂଗ୍ରହ, ପ୍ରତି ଅନୁଷ୍ଠାନ ପାଇଁ ଅତିଥି ତାଲିକା ସମ୍ପର୍କରେ ଆଲୋଚନା କରିବା ସହିତ ଗାତ ଖୋଳା,ପତାକା, ବ୍ୟାନର୍, ପ୍ଲାକାର୍ଡ ଆଦି ପୂର୍ବ ପ୍ରସ୍ତୁତି ଉପରେ ଆଲୋଚନା କରିଥିଲେ I ସମସ୍ତ ପଞ୍ଚାୟତରେ ପଞ୍ଚାୟତ କର୍ମକର୍ତ୍ତା ମାନେ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବା ପାଇଁ ପ୍ରତିଶୃ୍ତି ବଦ୍ଧ ବୋଲି ପ୍ରକାଶ କରିଥିଲେ I ଏହି ଅବସରରେ ଖଇରପୁଟି ପଞ୍ଚାୟତର ଯୁବ ସରପଞ୍ଚ ସତ୍ୟବାନ ସ୍ଵାଇଁ ନିଜ ପଞ୍ଚାୟତ ଅଧୀନରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ଅଙ୍ଗନୱାଡ଼ି କେନ୍ଦ୍ର ମାନଙ୍କର ଗାତ ଖୋଳା, ବ୍ୟାନର୍, ପତାକା, ପ୍ଲାକାର୍ଡ଼ ପ୍ରସ୍ତୁତି ଦାୟିତ୍ୱ ନିଜେ ନେବା ସହିତ ଏଥିପାଇଁ ନିଜସ୍ୱ ପାଣ୍ଠି ବିନିଯୋଗ କରିବେ ବୋଲି ଘୋଷଣା କରିଥିଲେ ଯାହାକୁ ଉପସ୍ଥିତ ଶିକ୍ଷାନୁଷ୍ଠାନ ମୁଖ୍ୟମାନେ ସ୍ୱାଗତ କରିଥିଲେ I ସମସ୍ତ କାର୍ଯ୍ୟକ୍ରମ କୋଭିଡ ମାର୍ଗଦର୍ଶିକା ଅନୁପାଳନରେ ପରିଚାଳିତ ହୋଇଥିଲା I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ