ଭଉଣୀ କୁ ନେଇ ଜିଲ୍ଲାପାଳଙ୍କ ଦୂଆରସ୍ଥ ହେଲେ ଭାଈ

ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ବ୍ଲକ ର କେଶରୀଗୁଡା ପଂଚାୟତ ରେ ସୋମବାର ଦିନ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ରହିଥିଲା ଏହି ଅଭିଯୋଗ ଶୁଣାଣି ରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା  ବାପା ମା ଛେଉଣ୍ଡ ଦୁଇ ଭାଇ ଭଉଣୀ ଙ୍କୁ ସେମାନେ ହେଲେ ଡେଙ୍ଗାଶଖାଲ ପଂଚାୟତ ର ପାଟିପଙ୍କା ଗ୍ରାମର ୧୨ବର୍ଷୀୟ ସୁଜିତ୍ ଗମାଙ୍ଗ ନିଜ ସାନ ଭଉଣୀ ବର୍ଣ୍ଣିତା ଗମାଙ୍ଗ ଛୋଟ ଥିବା ବେଳେ ପ୍ରଥମେ ମା ସର୍ପ ଦଂଶନ ରେ ମୃତ୍ୟୁ ବରଣ କରିଥିବାବେଳେ ବାପ ଗୋଟିଏ ବର୍ଷ ପରେ ଅଜଣା ରୋଗ ରେ ଚାଲି ଯାଇଥିଲେ l ଆରପାରିକୁ ସେ ଦିନ ଠାରୁ ଦୁଇ ପିଲା ବାପା ମା ଛେଉଣ୍ଡ ହୋଈ ଜେଜେ ବାପା ପାଖରେ ରହି ଗାଁ ବିଦ୍ୟାଳୟ ରେ ପଡ଼ୁଛନ୍ତି ଆର୍ଥିକ ସ୍ତିତି ଚଳିବାର୍ ବହୁ କଷ୍ଟ ହେବାରୁ ଦୁଇ ଭାଈ ଭଉଣୀ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ରେ ପହଞ୍ଚି ନିଜର ଅଭିଯୋଗ କରିଛନ୍ତି I ଭଲ ହଷ୍ଟେଲ ସୁବିଧା ଓ ପାଠ ପଡ଼ିବା ପାଇଁ ସାହାଯ୍ୟ ଯୋଗାଇବା କୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ବିଳମ୍ବ ରେ ପହଞ୍ଚି ଥିବାରୁ ପିଲା ଦୁଇ ଜଣ ପ୍ରକଳ୍ପ ନିର୍ଦ୍ଦେଶକ ରୁମାଞ୍ଚଳ ଖମାରୀଙ୍କୁ ନିଜ ଗୁହାରି ଶୁଣାଇଥିଲେ l ଅଭିଯୋଗ ଶୁଣାଣି ରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କିମ୍ବା କାର୍ଯ୍ୟଳୟ ର କୋଣଶୀ ଅଧିକାରୀ ଉପସ୍ଥିତ ନଥିବାରୁ ସେମାନଙ୍କ କୌଣସୀ ସମାଧାନ ହୋଇପାରିଲା ନାହିଁ l ଅନ୍ୟ ପକ୍ଷରେ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ କହିଛନ୍ତୀ ତୁରନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କ ସବୁ ସୁବିଧା ଯୋଗାଇଦିଆଯିବ ଅନ୍ୟ ପଟେ ଜିଲ୍ଲା ପାଳ ଶ୍ରୀ ପଣ୍ଡା ପହଞ୍ଚି ବା ପରେ ବିଭିନ୍ନ ଅଭିଯୋଗ ଶୁଣିଥିଲେ ଓ ଜମି ହିନ ପରିବାର କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିଛନ୍ତି ଦିବ୍ୟଙ୍ଗ ଙ୍କୁ ସାଇକେଲ ପ୍ରଦାନ ଶହ ଏହି ଅଭିଯୋଗ ଶୁଣାଣି ରେ ଅତିରିକ୍ତ ଏସପି ବାମଦେବ ସିଂ, ତହସିଲଦାର କିଶୋର ଚନ୍ଦ୍ର ଦାଶ, ଏସଡିପିଓ ଦିଲ୍ଲୀପ କୁମାର ନାୟକ ବ୍ଲକ୍ ଆଧକ୍ଷ ରଞ୍ଜୀବ ଶବର ସମେତ ଜିଲ୍ଲା ର ସମସ୍ତ ବିଭାଗୟ ଅଧିକାରୀ ଉପସ୍ଥିତ ଥିଲେ l ଏହି ଅଭିଯୋଗ ଶୁଣାଣି ରେ ମୋଟ ୯୦ ଟି ଅଭିଯୋଗ ଆସିଥିବା ବେଳେ ସାମୂହିକ ୫୫ ଟି ଓ ବ୍ୟକ୍ତିଗତ ୩୫ ଟି ଅଭିଯୋଗ ଥିଲା l ରେଡ କ୍ରଶ ରୁ ୧୨ ଜଣ କୁ ୨୩ ହଜାର ଟଙ୍କା, ମୂଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଜଣକୁ ୧୫ ହଜାର ଟଙ୍କା ପ୍ରଦାନ କରାଯାଇଛି l ଏହି ଅଭିଯୋଗ ଶୁଣାଣି ରେ ମୁଖ୍ୟତଃ ଜମି ପଟା, ପାନୀୟ ଜଳ, ରାସ୍ତା ଓ ଶିକ୍ଷକ ଅଭାବ ସଂପର୍କରେ ଅଭିଯୋଗ ଆସିଥିଲା l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ