ସମବାୟ ସମିତି କୁ ନେଇ ରାଜନୈତିକ ବାଦ ବିବାଦ  

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ଗ୍ରାମ ପ୍ରାଥମିକ ସେବା ସମବାୟ ସମିତି ରେ ଆର୍ଥିକ ଅନିୟମିତତା ହୋଇଥିବା ଦର୍ଶାଇ କିଛି ବ୍ୟକ୍ତି ଏବଂ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର କାର୍ଯ୍ୟକର୍ତ୍ତା ଏବଂ ସଭ୍ୟା ବୃନ୍ଦ ଗତ ୨୭ ତାରିଖରେ ସମବାୟ ସମିତି ର କାର୍ଯ୍ୟାଳୟ ଏବଂ ୨ ଟି ଗୋଦାମ ଘରେ ତାଲା ପକାଇ ଦେଇଥିଲେ। ଫଳରେ ଚାଷୀ ମାନେ ସମବାୟ ସମିତିରୁ ବିହନ ଏବଂ ସାର କ୍ରୟ କରିନପାରି ହଇରାଣ ହୋଇଥିବା ଅଭିଯୋଗ ହୋଇଥିଲା। ଏନେଇ ଗଞ୍ଜାମ ଜିଲାପାଳ,ଭିଜିଲାନ୍ସ କାର୍ଯ୍ୟାଳୟ ଏବଂ ବ୍ରହ୍ମପୁର ସମବାୟ ନିବନ୍ଧକ କର୍ତ୍ତୃପକ୍ଷ ଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ।ଗ୍ରାମର ଗୋଟିଏ ଗୋଷ୍ଠୀ ସେବାସମବାୟ ସମିତି ସମ୍ପାଦକ ଚନ୍ଦ୍ରଧ୍ଵଜ ସାହୁ ଙ୍କୁ ବିରୋଧ କରୁଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ତାଙ୍କୁ ସମର୍ଥନ କରି ଆସୁଛନ୍ତି। ଏନେଇ ଦୀର୍ଘଦିନ ହେଲା ସମ୍ପୃକ୍ତ ଅଞ୍ଚଳରେ ରାଜନୈତିକ ହଟ ଚମଟ ଲାଗି ରହିଛି। ଏ ସମ୍ପର୍କରେ କିଛି ବ୍ୟକ୍ତି ଦିଗପହଣ୍ଡି ତହସିଲଦାର ସିପକ କୁମାର ପାତ୍ର ଏବଂ କେ.ନୂଆଗାଁ ଥାନା ଆଇ ଆଇ ସି ମୃତ୍ୟୁଞ୍ଜୟ ସ୍ୱାଇଁ ଙ୍କୁ ଅବଗତ କରାଇଥିଲେ। ସମବାୟ ସମିତି କାର୍ଯ୍ୟାଳୟ ର ତାଲା ଖୋଲିବା ପାଇଁ ପୋଲିସ କୌଣସି ପଦକ୍ଷେପ ନ ନେବାରୁ ମଙ୍ଗଳବାର ତହସିଲଦାର ଙ୍କ ନିର୍ଦ୍ଦେଶ କ୍ରମେ ରାଜସ୍ବ ନିରୀକ୍ଷକ ଉପେନ୍ଦ୍ର ବେହେରା,ପ୍ରାଥମିକ ସେବା ସମବାୟ ସଭାପତି ଅଲେଖ ସାହୁ,ସମ୍ପାଦକ ଚନ୍ଦ୍ରଧ୍ଵଜ ସାହୁ,ସାମାଜିକ କର୍ମୀ ସୁଶାନ୍ତ କୁମାର ଷଡଙ୍ଗୀ ପ୍ରମୁଖ ଙ୍କ ଉପସ୍ଥିତିରେ ସମବାୟ ସମିତି କାର୍ଯ୍ୟାଳୟ ଏବଂ ୨ ଟି ଗୋଦାମ ଘର ର ତାଲା ଖୋଲା ଯାଇଥିବା ଜଣାପଡିଛି। ସମବାୟ ସମିତି ରେ ତାଲା ପକାଇଥିବା ୧୦ ଜଣ ବ୍ୟକ୍ତି ବିଶେଷ ଙ୍କ ବିରୋଧରେ ତହସିଲଦାର ନୋଟିସ ଜାରି କରିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ