ସମର୍ଥ ଅନୁଷ୍ଠାନର ସମ୍ପାଦକ ଙ୍କ ନାମରେ ହୋଇଥିବା ଅଭିଯୋଗକୁ ନେଇ ତଦନ୍ତ 

ଛତ୍ରପୁର, (ଦେବଦତ୍ତ ମହାରଣା) :-ଆଜି ଗଂଜାମ ଜିଲ୍ଲାର ସଦରମହାକୁମା ଛତ୍ରପୁର ଆସି ସମର୍ଥ ଅନୁଷ୍ଠାନର ସମ୍ପାଦକ କେ. ଆନନ୍ଦ ଙ୍କ ନାମରେ ହୋଇଥିବା ବିଭିନ୍ନ ଅଭିଯୋଗର ସରଜମିନ ତଦନ୍ତ ଆରମ୍ଭ କରିଛନ୍ତି ଓଡିଶା ରାଜ୍ୟ ମହିଳା ଆୟୋଗ ଅଧକ୍ଷା ମିନତୀ କୁମାର ବେହେରାଙ୍କ ସମେତ ତିନି ଜଣିଆ ଟିମ୍ l ପ୍ରଥମେ ସ୍ଥାନୀୟ ବ୍ଲକ କଲୋନୀ ଠାରେ ଅସ୍ଥାୟୀ ଭାବେ ଥିବା ସମର୍ଥ ଅନୁଷ୍ଠାନରେ ପହଁଚି ଖୋଳତାଡ଼ ଆରମ୍ଭ କରିବା ସହ ସେଠାରେ ସେ ବିଭିନ୍ନ ତଥ୍ୟ ସଂଗ୍ରହ କରିଛନ୍ତି l ଗତ ସୋମବାର ଦିନ ଅନୁଷ୍ଠାନର ସମ୍ପାଦକକେ. ଆନନ୍ଦ ରାଓ ଙ୍କ ନାମରେ ଜଣେ ମହିଳା କେର ଟେକେର ଶାରୀରିକ ଓ ମାନସିକ ନିର୍ଯାତନା ସହ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଟଙ୍କା ହଡପ କରିଥିବା ନେଇ ଜିଲ୍ଲାପ୍ରସାସନ ଓ ପୋଲିସ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ l ଏହାକୁ ନେଇ ଜିଲ୍ଲାପ୍ରସାସନ ତରଫରୁ ତିନି ଜଣିଆ ଟିମ୍ ଗଠନ କରିବା ସହ ପୋଲିସ ପକ୍ଷରୁ ତଦନ୍ତ ଜାରି ରଖିଛନ୍ତି l ଓଡିଶା ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ଶ୍ରୀମତୀ ବେହେରା ,ଗଂଜାମ ଜିଲ୍ଲା ପ୍ରଶାସନ ଦ୍ୱାରା ହୋଇଥିବା ତଦନ୍ତ ଟିମ୍ ଙ୍କ ଉପସ୍ଥିତିରେ ସମ୍ପାଦକ କେ.ଆନନ୍ଦଙ୍କୁ ବିଭିନ୍ନ ଅଭିଯୋଗ ଆଧାରରେ ପଚାରାଉଚାରା କରିଛନ୍ତି l ପରେ ଛତ୍ରପୁର ଥାନାରେ ଏସଡ଼ିପିଓ, ଥାନା ଅଧିକାରୀ ଓ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଭେଟି ଘଟଣା ସମ୍ପର୍କ ରେ ଅଧିକ ତଥ୍ୟ ସଂଗ୍ରହ କରିଛନ୍ତି ସେ l ଏହା ସହିତ ଅଭିଯୋଗ କରିଥିବା ଦୁଇଜଣ ମହିଳା ଙ୍କୁ ମଧ୍ୟ ଓଡିଶା ରାଜ୍ୟ ମହିଳା ଆୟୋଗ ଭେଟି ବିଭିନ୍ନ ତଥ୍ୟ ସଂଗ୍ରହ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ