ସମସ୍ତ ଜିଲ୍ଲା ହସ୍ପିଟାଲରେ ସ୍ଥାପନ ହେବ ସ୍ୱତନ୍ତ୍ର ବର୍ଣ୍ଣ ୱାର୍ଡ

ନୂଆଦିଲ୍ଲୀ : ଦେଶର ସମସ୍ତ ଜିଲ୍ଲାର ହସପିଟାଲମାନଙ୍କରେ ସ୍ୱତନ୍ତ୍ର ଇଟେନସିଭ୍ କେୟାର ୟୁନିଟ୍ ଅନ୍ତର୍ଗତ ବର୍ଣ୍ଣ ୱାର୍ଡ ସ୍ଥାପନ କରାଯିବ । ଏନେଇ କେନ୍ଦ୍ର ସରକାରଙ୍କ ଦ୍ୱାରା ଗୁରୁତ୍ୱପର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ନ୍ୟାସନାଲ ହେଲଥ ମିଶନ କାର୍ଯ୍ୟକ୍ରମ ଅନ୍ତର୍ଗତ ଜିଲ୍ଲା ହସପିଟାଲ ମାନଙ୍କରେ ସ୍ୱତନ୍ତ୍ର ବର୍ଣ୍ଣ ୱାର୍ଡର୍ ପ୍ରତିଷ୍ଠା କରାଯାଇ ଚିକିତ୍ସାର ବ୍ୟବସ୍ଥା କରାଯିବ । ସ୍ୱତନ୍ତ୍ର ବର୍ଣ୍ଣ ୱାର୍ଡର୍ରେ ଅତ୍ୟାଧୁନିକ ଚିକତ୍ସା ଉପକରଣ ସହ ଅଭିଜ୍ଞ ଚିକିତ୍ସକ ମାନଙ୍କୁ ମଧ୍ୟ ନିୟୋଜିତ କରାଯିବ ।
ଦେଶରେ ବର୍ତ୍ତମାନ ଅନେକ ଜିଲ୍ଲା ହସପିଟାଲ ମାନଙ୍କରେ ବର୍ଣ୍ଣ ୱାର୍ଡର୍ ନଥିବା ଯୋଗୁଁ ପୋଡ଼ିଯାଇଥିବା ମାମଲାରେ ଡାକ୍ତରମାନଙ୍କ ଦ୍ୱାରା ରାଜ୍ୟ ସ୍ତରୀୟ ହସପିଟାଲ ନଚେତ୍ ସ୍ୱତନ୍ତ୍ର ବର୍ଣ୍ଣ ୱାର୍ଡର୍ ଥିବା ପ୍ରତିଷ୍ଠିତ ହସପିଟାଲ ମାନଙ୍କୁ ରେଫର କରାଯାଇଥାଏ । ହେଲେ ଚିକିତ୍ସା ଅତ୍ୟନ୍ତ ମହଙ୍ଗା ହୋଇଥିବାରୁ ତଥା ଗରିବ ଓ ସାଧାରଣବର୍ଗ ଲାକମାନଙ୍କ ପାଇଁ ଏହା ପ୍ରତିବନ୍ଧକ ସାଧିଥିବାରୁ ସରକାରଙ୍କ ଦ୍ୱାରା ଜିଲ୍ଲା ହସପିଟାଲ ମାନଙ୍କରେ ଏହାକୁ କିପରି ଉପଲବ୍ଧ କରାଯିବ ସେନେଇ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ନ୍ୟାସନାଲ ହେଲଥ ମିଶନ ଯୋଜନା ଅନ୍ତର୍ଗତ ରାଜ୍ୟ ମାନଙ୍କୁ ସ୍ୱତନ୍ତ୍ର ବର୍ଣ୍ଣ ୱାର୍ଡର୍ ସ୍ଥାପନ କରିବା ପାଇଁ ଆବଶ୍ୟକୀୟ ପାଣ୍ଠିର ବ୍ୟବସ୍ଥା କରାଯିବ, ଯାହାଦ୍ୱାରା ରାଜ୍ୟ ମାନଙ୍କ ଦ୍ୱାରା ଜିଲ୍ଲା ହସପିଟାଲରେ ସ୍ୱତନ୍ତ୍ର ବର୍ଣ୍ଣ ୱାର୍ଡର୍ ଖୋଲାଯାଇ ପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ