ସମାଜସେବୀଙ୍କ ଦ୍ୱାରା ଶବ ସଂସ୍କାର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ବଡମଙ୍ଗଳା ଗ୍ରାମର ଶ୍ରୀବଳଦେବଜୀଉଙ୍କ ସେବାୟତ ବାଇନ କରଙ୍କର ୫୫ବର୍ଷ ବୟସରେ ଶନିବାର ବିୟୋଗ ହୋଇଯାଇଥିଲା । ଜମିବାଡି ଭାଗବଣ୍ଟାକୁ ନେଇ ଭାଇଭାଇ ମଧ୍ୟରେ କଳିଝଗଡା ଲାଗିରହିଥିଲା । ଫଳରେ ବାଇନ ନିଜ ଘର ଛାଡି ବଡମଙ୍ଗଳା ଗ୍ରାମରେ ରହୁଥିଲେ । ୨୪ଘଣ୍ଟା ଧରି ଘରେ ତାଙ୍କ ଶବ ପଡିରହିଥିବା ବେଳେ କୈାଣସି ଭାଇସାହି ସେଠାରେ ନପହଞ୍ଚିବାର ଖବର ପାଇ ସମାଜସେବୀ ଦମନ ମହାନ୍ତି ସେଠାରେ ପହଞ୍ଚିଥିଲେ । ଅନ୍ୟମାନଙ୍କୁ ସେ ଡାକି ମୃତ ବାଇନଙ୍କ ଶବକୁ ଚାରିକାନ୍ଧ ଦେଇ ନିକଟସ୍ଥ ଶ୍ମସାନରେ ଶେଷକୃତ୍ୟ ସମ୍ପନ୍ନ କରାଇଥିଲେ । ଏହି ଘଟଣା ପ୍ରଚାର ହେବା ପରେ ସମାଜସେବୀ ଶ୍ରୀ ମହାନ୍ତିଙ୍କୁ ପ୍ରଶଂସାର ସୁଅ ଛୁଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ