ସାର୍ଥାରେ ୭୨ଲକ୍ଷରୁ ଉର୍ଦ୍ଧ ଟଙ୍କାର ବରଢିହ ନାଲ, ଚାଷି ପୋଲର ଶିଳାନ୍ୟାସ
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ବାଲେଶ୍ୱର ସଦର ବିଧାୟକ ଶ୍ରୀ ମଦନ ମୋହନ ଦତ୍ତ ଆଜି ସଦର ବ୍ଲକ୍ ଅନ୍ତର୍ଗତ ସାର୍ଥା ପଞ୍ଚାୟତ ଠାରେ ୭୨ଲକ୍ଷ ୩୬ହଜାର ଟଙ୍କାର ବରଢିହ ନାଲ ପୁନରୁର୍ଦ୍ଧାର ସହ ଚାଷି ପୋଲ ନିର୍ମାଣ ଭଲି ଏକ ବୃହତ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହି ପ୍ରକଳ୍ପ ସପୃକ୍ତ ଅଞ୍ଚଳର ୫ଟି ଜଳ ନିଷ୍କାସନ ନାଲକୁ ଉଦ୍ଧାର କରବା ସହ ୨ଟି ଚାଷି ପୋଲ ନିର୍ମାଣ କୁ ଯୋଡି ୧୦ କି.ମିରୁ ଅଧିକ ସ୍ଥାନ କାର୍ଯ୍ୟ ହେବା ପାଇଁ ଜଳସମ୍ପଦ ବିଭାଗ ତରଫରୁ ନିଷ୍ପତ୍ତି ନିଆଯାଇଛି । ଆଗାମୀ ଦିନରେ ସଦର ବ୍ଲକର ବିଭିନ୍ନ ପଞ୍ଚାୟତ ମାନଙ୍କରେ ଏହି ଭଳି ଅନେକ ପ୍ରକଳ୍ପମାନ ନିର୍ମାଣ କରାଯାଇ ସଦର ବ୍ଲକକୁ ଏକ ଆଦର୍ଶ ବ୍ଲକ ଭାବରେ ଗଢି ତୋଳିବା ପାଇଁ ବିଧାୟକ ଶ୍ରୀ ଦତ୍ତ ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ଶ୍ରୀ ଏନ.ସି.ପାତ୍ର ଓ ପୂର୍ବତନ ଅଧ୍ୟାପକ ତରଣୀ ସେନ ଜେନା ପ୍ରମୁଖ୍ୟ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମିଡିଆ ସଂଯୋଜକ ଗୌରାଙ୍ଗ ଦାସ, ଅନନ୍ତ ନାୟକ, ସର୍ଥା ସରପଞ୍ଚ ସାନିଆ ମୁର୍ମୁ, ଜୟନ୍ତୀ ମୁର୍ମୁ, ପଞ୍ଚାୟତ ସଭାପତି ଭୁଦେବ ସାହୁ, ଅରବିନ୍ଦ ଜେନା, ଦିଲ୍ଲୀପ ମହାନ୍ତି, ପ୍ରଦୀପ ଜେନା, ବିଷ୍ଣୁ ଧିଣ୍ଡା, ମୁଲତା ଗାୟନ ପ୍ରମୁଖ ଉପସ୍ଥିତ ଥିଲେ ।


