ସମାଜସେବୀ ପ୍ରଶାନ୍ତ ନାୟକଙ୍କ ଅକାଳ ବିୟୋଗ 

ହାଟଡିହି,(ଓ୍ବାଇଏନ୍ଏସ୍) : ହାଟଡିହି ବ୍ଲକ ଗେଡମା ପଞ୍ଚାୟତ ଜଳସରପୁର ଗ୍ରାମର ସମାଜସେବୀ ତଥା ନାୟକ ପରିବାରର ଜ୍ୟେଷ୍ଠପୁତ୍ର ପ୍ରଶାନ୍ତ ନାୟକଙ୍କ ୬୦ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣ, ପରୋପକାରୀ ଓ ବନ୍ଧୁବତ୍ସଳ ବ୍ୟକ୍ତି ଭାବେ ସମଗ୍ର ଅଞ୍ଚଳରେ ଜଣାଶୁଣା ଥିଲେ । ସେ ଭୁବନେଶ୍ୱରରେ ରହୁଥିବାବେଳେ ଗତ ଗୁରୁବାର ରାତିରେ ତାଙ୍କର ଅକାଳ ବିୟୋଗ ଘଟିଥିଲା । ତାଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମରଶରୀରକୁ ଗାଁକୁ ଅଣାଯିବାପରେ ଗେଡମା, ଶାଳଣିଆଁ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଥିଲେ । ପରେ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାିବାପରେ ବୈତରୀ ନଦୀକୁଳରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ବାପା ସୁର୍ଯ୍ୟମଣି ନାୟକ, ସାନବାପା ବାସୁଦେବ ନାୟକ, ମା ରୁକ୍ମଣୀ ନାୟକ, ସାନମାଆ ଶାନ୍ତିଲତା ନାୟକ, ଭାଇ ପ୍ରଫୁଲ, ସୁକାନ୍ତ, ପ୍ରକାଶ, ପତାପ, ବିଷ୍ଣୁ, ମାନସ, ଧରଣୀ, ନିଧିନ, ସୁବାସିନୀ, ସଞ୍ଜୁ, ପ୍ରବାସିନୀ, କ୍ଷୀରୋଦିନୀ, ଫନି, ଅନୁସୁୟା, ଚିନ୍ମୟୀ, ରୋଜାଲିନୀ, ଅନିତା, ଲିଲି, ସ୍ୱପ୍ନା, ସଞ୍ଜ, କୁନା, ଟିକି, ରାନୁଙ୍କ ସମେତ ସମସ୍ତ ବନ୍ଧୁ ପରିବାରବର୍ଗ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ