ବହୁ ପ୍ରତୀକ୍ଷିତ ରେଳ ଓଭର ବ୍ରିଜ ଉଦଘାଟିତ

ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ):ବ୍ରହ୍ମପୁର ସହରର ବହୁ ପ୍ରତୀକ୍ଷିତ ରେଳ ଓଭର ବ୍ରିଜ ଆଜି ଉଦଘାଟିତ ହୋଇଯାଇଛି । ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଉଦଘାଟନ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲାଞ୍ଜିପଲ୍ଲୀ-ଇଞ୍ଜିନିୟର ସ୍କୁଲ ମଝିରେ ୨୭.୪୨ କୋଟି ଟଙ୍କାରେ ଏହି ବ୍ରିଜ ନିର୍ମିତ ହୋଉଛି । ଦିଗପହଣ୍ଡିରେ କପା ପ୍ରକ୍ରିୟାକରଣ କାରଖାନାର ମଧ୍ୟ ଶିଳାନ୍ୟାସ କରାଯାଇଛି । ୨ କୋଟି ୨ ଲକ୍ଷ ଟଙ୍କା ବ୍ୟୟରେ ଏହି କପା କାରଖାନା ପ୍ରତିଷ୍ଠା ହେଉଛି । କପାକଳରେ ୧୦୦ ଜଣଙ୍କୁ ନିଯୁକ୍ତି ମିଳିବା ସହ ଏଥିରେ ୬ ବ୍ଳକର ଚାଷୀ ଉକପୃତ ହେବେ । ଏହା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବ୍ରହ୍ମପୁରକୁ ଆଧୁନିକ ସହର କରିବାକୁ ଯୋଜନା ହେଉଛି । ଗଞ୍ଜାମରେ କରୋନା ସ୍ଥିତି ସ୍ୱାଭାବିକ ହେଉଛି କିନ୍ତୁ ବିପଦ ଟଳିନି । ଗଞ୍ଜାମବାସୀଙ୍କୁ ସତର୍କ ଓ ସଚେତନ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି ।ସୂଚନାଯୋଗ୍ୟ ଯେ ଉଦଘାଟନ ନିମନ୍ତେ ବାଚସ୍ପତି ଡଃ.ସୂର୍ଯ୍ୟ ନାରାୟଣ ପାତ୍ର ଯୋଗଦେବାର କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଥିଲା କିନ୍ତୁ ବାଚସ୍ପତିଙ୍କ କାର୍ଯ୍ୟାଳୟର କିଛି କର୍ମଚାରୀ କରୋନା ମହାମାରୀରେ ଆକ୍ରାନ୍ତ ହୋଇଥିବା କାରଣରୁ ବାଚସ୍ପତି ଯୋଗଦେଇ ପାରିନଥିଲେ ଏଥି ନିମନ୍ତେ ବାଚସ୍ପତି ନିଜେ ଦୁଃଖ ପ୍ରକାଶ କରିଛନ୍ତି । ଏହି ଉଦଘାଟନ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ବିଜେଡି ସଭାପତି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବିଡିଏ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ