ସମାଜସେବୀ ମାନସ ସେଠୀଙ୍କୁ ଯୁବ ସଂଗଠକ ସମ୍ମାନ ପ୍ରଦାନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଯୁବ ସମାଜସେବୀ ମାନସ ସେଠୀଙ୍କୁ ଯୁବ ସଂଗଠକ ସମ୍ମାନରେ ସମ୍ମାନିତ କରାଯାଇଛି । ଓଡିଶା ପ୍ରତିଭା ପୂଜା ସଂସଦ ପକ୍ଷରୁ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭବନରେ ଆୟୋଜିତ ଷୋଡଶ ରାଜ୍ୟ ସ୍ତରୀୟ କବି ସମ୍ମିଳନୀ-୨୦୨୨ ଅବସରରେ କେନ୍ଦ୍ରାପଡାର ଯୁବ ସମାଜସେବୀ ମାନସ ସେଠୀଙ୍କୁ ଯୁବ ସଂଗଠକ ସମ୍ମାନ-୨୦୨୨ରେ ସମ୍ମାନିତ କରାଯାଇଛି । ସଂସଦର ସଭାପତି ସତ୍ୟ ରାୟ, ଉଦଘାଟକ ଜଷ୍ଟିସ ଏ.କେ.ପରିଛା, ମୁଖ୍ୟ ଅତିଥି ପତ୍ର ସୂଚନା କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦେଶକ ଅଖିଳ କୁମାର ମିଶ୍ର ଓ ସଂସଦର ସାଧାରଣ ସମ୍ପାଦକ ଦିଲ୍ଲିପ କୁମାର ଦାସ ପ୍ରମୁଖ ମାନସଙ୍କୁ ଉତ୍ତରୀୟ, ପୁଷ୍ପଗୁଛ, ମୋମେଣ୍ଟୋ ଓ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ