୪୦ଲକ୍ଷ୍ୟ ଗଞ୍ଜେଇ ସହ ୬ ଗିରଫ ୨ଗାଡ଼ି ଜବତ
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ଏସପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକଙ୍କ ତତ୍ୱଅବଧାନରେ ମୋହନା ଥାନା ଏସଆଇ ସିନ୍ଦୁ ସାରକାଓ ତାଙ୍କ ଟିମ ତରାମାଳ ଓ ଚାନ୍ଦିପୁଟ ମଝିରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଏକ କଣ୍ଟିନର ଗାଡ଼ି ଏଚ.ଆର ୫୫ଏମ୫୯୨୭ କୁ ଅଟକାଇ ଯାଞ୍ଚ କରିବା ବେଳେ୨୧ଟି ବସ୍ତା ଥିବା ଦେଖି ଥାନା ଅଧିକାରୀଙ୍କୁ ଜଣାଇଥିଲେ ବିଡିଓ ବଂଶୀଧର ଖୁସଲାଙ୍କ ଉପସ୍ଥିତିରେ ଉକ୍ତ ଗଞ୍ଜେଇକୁ ଓଜନ କରିବାରୁ ତାହା ୬ସହ ୧୦ କେଜି ହୋଇଥିଲା ଯାହାର ବଜାର ମୂଲ୍ୟ ୪୦ଲକ୍ଷ୍ୟ ବୋଲି ଜଣା ପଡ଼ିଛି ଏଥିରେ ସମ୍ପୃକ୍ତ ଥିବ ହରିଆନାର ଚାରିଜଣ ଓ ଗଜପତି ଜିଲ୍ଲାର ଦୁଇ ଜଣଙ୍କୁ ଗିରଫ କରାଯାଇଛି ସେମାନେ ହେଲେ ବିନୋଦ କୁମାର ଶର୍ମା, ଜୟପାଳସିଂହ,ସୁରେଶ କାଶ୍ୟପ,ବାଳକ ରାମ,ମନୋଜ ବୀର, ସୁକାନ୍ତମାଝୀ ଏମାନେ ଶିଙ୍କୁଳିପଦର ଅଞ୍ଚଳରୁ ଗଞ୍ଜେଇ କିଣି ହରିଆନାକୁ ପଠୁଉଥିବା ଜଣା ପଡ଼ିଛି ଏହା ସହ ବ୍ୟବହାର ହୋଇଥିବା ଏକ ବାଇକ ମଧ୍ୟ ଜବତ କରାଯାଇଛି ବୋଲି ଶ୍ରୀ ନାୟକ କହିଛନ୍ତି ଏହା ସହ ଅଞ୍ଚଳର ସମସ୍ତ ଯୁବ ଗୋଷ୍ଠୀଙ୍କୁ ଅନୁରୋଧ କରିଛନ୍ତି ଏହି ଗଞ୍ଜେଇ ବ୍ୟବସାୟ ଛାଡି ଭଲରେ ରୁହନ୍ତୁ ଆଉ ରାତାରାତି ବଡଲୋକ ହେବା ଛାଡି ଭଲ କାମରେ ରହିଲେ ନିଜ ପରିବାର ଖୁସିରେ ରହିବେ ନଚେତ ପରିବାର ଭାସିଯିବେ ବୋଲି ଏକ ବାର୍ତ୍ତା ଦେଇଛନ୍ତି


