ସରପଞ୍ଚ ସ୍ୱାମୀ ଙ୍କ ଦବଙ୍ଗଗିରି ;ବୃଧା ମହିଳାଙ୍କୁ କଲେ ଲହୁଲୁହାଣ
ଭବାନୀପାଟଣା,(ଓ୍ବାଇଏନ୍ଏସ୍): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ କୁଚା ଗାଁ ଗ୍ରାମପଞ୍ଚାୟତ ର ସରପଞ୍ଚ ଙ୍କ ସ୍ୱାମୀ ଧରଣୀ ଦାସ ଙ୍କ ନାମରେ ଆସିଛି ସାଙ୍ଘାତିକ ଅଭିଯୋଗ। ଦୀର୍ଘ ଦିନ ରୁ ବେଆଇନ ଭାବେ କରୁଛନ୍ତି ସୁନା ଗହଣା ବନ୍ଧକ ବେପାର।ଜଣେ ୭୫ ବର୍ଷୀୟ ବୃଦ୍ଧା ମିଥିଲା ଭୋଇ ଙ୍କ ଠାରୁ ସୁନା ବନ୍ଧକ ବାବଦକୁ ୪ହଜାର ଟଙ୍କା ଦେଇ କରୁଛନ୍ତି ୭ ହଜାର ଟଙ୍କା ର ହିସାବ।ବୃଦ୍ଧା ଜଣକ ପ୍ରତିବାଦ କରିବାରୁ ତାଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି ଜୟପାଟଣା ଥାନାରେ । ସରପଞ୍ଚ ଙ୍କ ସ୍ୱାମୀ ବୋଲି ପଞ୍ଚାୟତ ଇଲାକାରେ ତିଳ କୁ ତାଳ କରି ରାଜ ଚଲେଇ ଥିବା ଧରଣୀ ଙ୍କ ଏବେ ଗୁମର ଫିଟିଛି ,କେମିତି ନିରୀହ ଲୋକଙ୍କୁ କରୁଛନ୍ତି ନ।କେଦମ।ନିଜେ ଗରିବ ଲୋକଙ୍କୁ ଗରିବୀର ଫାଇଦା ଉଠାଇ ଶେଷରେ ଶୋଷଣ କରୁଛନ୍ତି ଏବେ ଜୟପାଟଣା ପୋଲିସ ତଦନ୍ତ ଆରମ୍ଭ କରିଛି।ଆଗକୁ କଣ ହେବ ଆଉ ଏଭଳି ବାହୁବଳୀ ସରପଞ୍ଚ ଙ୍କୁ କିପ୍ରକାର କାର୍ଯ୍ୟାନୁଷ୍ଠାନ ହେବ ତାହା ଆଗକୁ ଦେଖିବାକୁ ବାକି ରହିଲା ।


