ଖବର ଚର୍ଚ୍ଚା ରେ ଆସିବା ପରେ ପ୍ରଶାସନ ନିରବ; ବ୍ୟବସାୟୀ ବଟଲ ଉଠାଇନେଲେ
ମୋହନା,( ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ଖାଉଟି ବିଭାଗ ଏବେ ଲୋକଙ୍କୁ ସଚେତନ ନ କରାଇ ଫାଇନ ଅଦାୟରେ ବ୍ୟସ୍ତ | କିନ୍ତୁ ଖାଉଟି ପ୍ରମାଣ ପତ୍ର ଦ୍ୱାରା ଲୋକେ କଣ ଉପକୃତ ହେବେ ଓ ଏହାର କାରଣ କଣ ନବୁଝାଇ ଗଜପତି ଜିଲ୍ଲା ଖାଉଟି ବିଭାଗ ଅଧିକାରୀ ମାନେ ଖବର ପ୍ରସାରଣ ପରେ ମୋହନା ଗସ୍ତ କରି ସିଧା ସଳଖ ଆସି ୩୦ହଜାର ରୁ ଉର୍ଦ୍ଧ ଟଙ୍କା ଆଦାୟ କରିଛନ୍ତି | କିନ୍ତୁ ଯେପରି କଥାରେ ଅଛି ଇଲିସି ଛାଡି କେରାଣ୍ଡି ପଛରେ ଗଜପତି ଖାଉଟି ବିଭାଗ | ନୀରିହ ଗରିବ ବ୍ୟବସାୟୀ ଙ୍କୁ ସଚେତନ ନକରାଇ ଟଙ୍କା ଆଦାୟ କରିଲେ କିନ୍ତୁ ବଡ ବଡ ଏଜେନେସ ଓ ଡିଷ୍ଟବୁଟର ମନେ ନିଜ ଦୋକାନ ଗଦାମ ରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ର ତାରିଖ ନଥିବା ଥଣ୍ଡା ପାନୀ ଜଳ, ବିସେକେଟ,ଗୁଟଖା , ବିଭିନ ସାମଗ୍ରୀ ରଖୁଛନ୍ତି ଆଉ ଯେତେ ବେଳେ ଖାଉଟି ବିଭାଗ ଗସ୍ତ କରୁଥିବା ଜାଣି ରାସ୍ତା କଡେ
ଫୋପାଡିଦେଉଛନ୍ତି | ଆଉ ଲୋକେ ଜାଣିବା ପରେ ଖାଉଟି ବିଭାଗ ଓ ବଡ ବ୍ୟବସାୟୀ ମଧ୍ୟରେ ମଧୁ ଚନ୍ଦ୍ରିକା କରି ବଟଲ ଉଠାଇ ନେଉଛନ୍ତି | ଯେଭଳି ଅଠର ନଳା ପୋଲ ନିକଟରେ ୧୫ ତାରିଖ ରୁ ପଡିଥିବା ମନପସନ୍ଦକମ୍ପାନୀ ର ମେଙ୍ଗଯୁସ,ଷ୍ପ୍ରାଇଟ, ଭଳି ଥଣ୍ଡା ପାନୀୟ ଜଳ ବସ୍ତା ବସ୍ତା ତାହା ପୁଣି ଖାଉଟି ବିଭାଗ ଜାଣି ମଧ୍ୟ ଚୁପ ରହିଲେ ଯାହାଫଳରେ ଜୁସ ଗୁଡିକୁ ତଳେ ଫୋପାଡି ବଟଲ ଉଠାଇନେଲେ ଦୋକାନୀ | ଏହା ଉପରେ ପଦେକ୍ଷପନେଲେନି ଅଧିକାରୀ ବୋଲି ଉଠା ଦୋକାନୀ ମନେ କହିଛନ୍ତି |ଏହି ବିଷୟରେ ଖାଉଟି ବିଭାଗ ଅଧିକାରୀଣି କହିଛନ୍ତି ସେ କାମ ଆମର ନାହଁ ମୁନ୍ସୀପାଲଟିର | ହେଲେ ଗଜପତି ଜିଲ୍ଲା ମୋହନା ରେ କିପରି ଆସିବ ମୁନ୍ସୀପାଲଟି ଏହାର ତଦନ୍ତ କେବେ ହେବ ଆଉ ଉକ୍ତ ଦୋକାନୀ ଉପରେ କାର୍ଯ୍ୟାନୁଷ୍ଠାନ ହେବ ତାହା ଦେଖିବାକୁ ବାକି ରହିଲା |


