ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଦିଲ୍ଲୀ ବାସଭବନର ଗୃହପ୍ରବେଶ

ବାଲେଶ୍ଵର, (ସରୋଜ ପଣ୍ଡା):ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଝାଟିମାଟି ବାଉଁଶରେ ନିର୍ମିତ ବାସଭବନର ଗୃହପ୍ରବେଶ ଆଜି ଅତ୍ୟନ୍ତ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି। ବୈଦିକ ମତରେ ହୋମଯଜ୍ଞ ପୂଜାର୍ଚ୍ଚନା ପରେ ଆଗତ ଅତିଥିମାନଙ୍କ ସହିତ ଗୃହ ପ୍ରବେଶ କରିଥିଲେ। ଓଡ଼ିଶାର ସମସ୍ତ ବିଧାୟକ ଓ ସାଂସଦଙ୍କ ସମେତ ମନ୍ତ୍ରୀ ମଣ୍ଡଳର ଅନେକ ମନ୍ତ୍ରୀ ସାଂସଦଙ୍କ ନୂତନ ଗୃହରେ ପଦାର୍ପଣ କରି ଶୁଭେଚ୍ଛା ଜଣାଇଥିଲେ। ଦିଲ୍ଲୀ ଭଳି ଚାକଚକ୍ଯ ଭରା ଆଧୁନିକ ସଦରରେ ଏଭଳି ଏକ ପ୍ରାକୃତିକ ପରିବେଶ ଅନୁକୂଳ ଘରକୁ ସମସ୍ତେ ବେଶ୍ ପସନ୍ଦ କରିଛନ୍ତି। ଏହି ଅବସରରେ ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ ସମସ୍ତଙ୍କୁ ମଧ୍ୟାହ୍ନ ଭୋଜନରେ ଆପାୟିତ କରିବା ସହିତ ନିମନ୍ତ୍ରଣ ରକ୍ଷାକରି ଉପସ୍ଥିତ ହୋଇଥିବାରୁ କୃତଜ୍ଞତା ଜଣାଇଥିଲେ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ