କାମଚଳା ଏବିଇଓଙ୍କୁ ଦାୟିତ୍ବ ଦେଲା ଶିକ୍ଷା ବିଭାଗ

ଶେରଗଡ,(ବିଭୁ ପ୍ରସାଦ ଦାଶ):ଶେରଗଡ ଶିକ୍ଷା ବିଭାଗ ରେ ତିନି ତିନିଟା ଏବିଇଓ । ସେପଟେ ବିଇଓ ପଦବୀ ମଧ୍ୟ ଏକ ମାସ ହେଲା ଖାଲି ପଡିଛି। ଏବିଇଓ ଜଣେ ଥିବା ବେଳେ ୩ ଜଣ ଏବିଇଓ ଙ୍କୁ ନିଯୁକ୍ତି ଦେବା କଥା ଶିକ୍ଷା ବିଭାଗ। ପରନ୍ତୁ ଶିକ୍ଷା ବିଭାଗ ଏହି ପଦବୀ ପୂରଣ ପାଇଁ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା।ଶିକ୍ଷା ବିଭାଗ ଏ ଦିଗରେ ପଦକ୍ଷେପ ନେବାକୁ ଯାଇ ପଦୋନ୍ନତି ନ ଦେଇ ଜଣେ ଲେବଲ ତିନି ଶିକ୍ଷକଙ୍କୁ ଦାୟିତ୍ବ ଦେଇଛନ୍ତି। ସେହି ପରିପ୍ରେକ୍ଷୀରେ ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିବାକର ଗମାଙ୍ଗ ଙ୍କୁ ଏହି ଦାୟିତ୍ବ ବୁଧବାର ପ୍ରଦାନ କରାଯାଇଛି। ଶ୍ରୀ ଗମାଙ୍ଗ ଯୋଗ ଦେବା ପରେ, ବିଆରସିସି ତଥା ଏବିଇଓ ଶୈରିନ୍ଦ୍ରୀ ଦଲେଇ ଓ କର୍ମଚାରୀ ମାନେ ଶୁଭେଚ୍ଛା ଜଣାଇଛନ୍ତି। ପରେ ଗୁରୁବାର ଦିନ ଶିକ୍ଷକ ସଂଘ ପକ୍ଷରୁ ନୂତନ ଏବିଇଓ ଗମାଙ୍ଗଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ