ସାନଖେମୁଣ୍ଡି ପ୍ରଶାସନ ପକ୍ଷରୁ ଅହିଂସା ରଥକୁ ଭବ୍ୟ ସମ୍ବର୍ଦ୍ଧନା

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଭାରତର ୭୫ ତମ ସ୍ବାଧିନତାର ପୂର୍ତ୍ତି ଏବଂ ଆଜାଦ କା ଅମୃତ ମହୋତ୍ସବ ପାଳନ ଅବସରରେ ମହାତ୍ମାଗାନ୍ଧୀଙ୍କ ଅହିଂସା,ନିଷ୍ଠାପର କର୍ତ୍ତବ୍ୟ ନୀତି ଜନସାଧାରଣ ଙ୍କ ମାନର ଜାଗରଣ ସୃଷ୍ଟି କରିବା ସଚେତନତା ପାଇଁ ସାରା ଦେଶରେ ଅହିଂସା ରଥ ପରିକ୍ରମା କରୁଥିବା ବେଳେ ଆଜି ଗଂଜାମ ଗଜପତି ସୀମାନ୍ତ ତପ୍ତପାଣି ଠାରେ ସାନଖେମୁଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ଅହିଂସା ରଥ କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ସାନଖେମୁଣ୍ଡି ବି ଡି ଓ ଗାୟତ୍ରୀ ଦତ୍ତ ନାୟକ ଙ୍କ ସଂଯୋଜନା ରେ ଆୟୋଜିତ କାର୍ଯ୍ୟକ୍ରମ ରେ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ରବିନାରାୟଣ ବେହେରା, ଜିଲ୍ଲା ମଙ୍ଗଳ ଅଧିକାରୀ ପରଖିତ ଦାସ,ଜିଲ୍ଲା ସଂସୃତି ଅଧିକାରୀ ଜିତେନ କୁମାର ପରିଡ଼ା, ଅହିଂସା ରଥର ମୁଖ୍ୟ ତତ୍ତ୍ଵାବଧାରକ ତଥା ସ୍ମଲ ସେଭିଂ ଅଧିକାରୀ ହରିଚରଣ ମିଶ୍ର , ରାଜ୍ୟ ସଂଯୋଜକ ତପେଶ୍ବର ଜଗତ , ସାନଖେମୁଣ୍ଡି ତହସିଲଦାର ଶ୍ରୀନିବାସ ବେହେରା , ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ , ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶୁ ସେଠୀ , ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଅର୍ଚ୍ଚନା କହଁର , ବ୍ଳକ ଅଧ୍ଯକ୍ଷ ସିମାଞ୍ଚଳ ପାତ୍ର , ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଯୋଗେନ୍ଦ୍ର ସ୍ୱାଇଁ,ଉପାଧ୍ୟକ୍ଷା ରିଙ୍କି ନାୟକ , ଜିଲ୍ଲା ପରିଷଦ ବିଜୟ କୁମାର ପ୍ରଧାନ , ଅମିନ ପ୍ରଧାନ , ପୋଡାମାରୀ ସରପଞ୍ଚ ସନ୍ତୋଷ କୁମାର ବିଷୋୟୀ,ସମାଜ ସେବୀ ନାର୍ଶୁ ପ୍ରଧାନ, ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ । ଏହି ଅବସରରେ ସମଗ୍ର ରାଜ୍ୟରେ ଅହିିଂସା ବାର୍ତ୍ତା , ପ୍ରେମ , ଶ୍ରଦ୍ଧା ଏବଂ ଭାଇଚାରାର ଉଦ୍ଦେଶ୍ୟକୁ ସମସ୍ତଙ୍କ ହୃଦୟରେ ଉତ୍ସାହିତ କରିବା ପାଇଁ ଏହି କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ ବୋଲି ଏହି କାର୍ଯ୍ୟକର୍ମ ରେ ମତପ୍ରକାଶ ପାଇଥିଲା। ଏହାପରେ ପୋଡାମାରୀ ଏବଂ ଡେଙ୍ଗାଓସ୍ତାରେ ମଧ୍ୟ ସମ୍ବର୍ଦ୍ଧନା ଦିଆଯିବା ଯାଇଥିଲl। ଏହାପରେ ପ୍ରଶାସନ , ବିଦ୍ୟାର୍ଥୀ ମାନେ ଜାତୀୟ ପତାକାକୁ ସମ୍ମାନ ଜଣାଇ ଅହିଂସା ରଥ ସହ ସାହି ପରିକ୍ରମା କରିଥିଲେ । ଏହାପରେ ଆୟୋଜିତ ସଭାକାର୍ଯ୍ଯରେ ମହିଳା ସହାୟିକା ଗୋଷ୍ଠୀ ପକ୍ଷରୁ ରଥ ଗାଡ଼ିକୁ ବନ୍ଦାପନା କରାଯାଇ ସମ୍ବର୍ଦ୍ଧନା ଜଣାଇଥିଲେ । ସମସ୍ତ ସରପଞ୍ଚ ସମିତି ସଭ୍ୟ ଉପସ୍ଥିତ ଥିଲେ। ଏଥିସହ କୁନି ବିଦ୍ୟାର୍ଥୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ସେମାନଙ୍କ ପାରମ୍ପରିକ ନୃତ୍ୟ ଗୀତ ପରିବେଷଣ କୁନି କୁନି ଛାତ୍ର ମାନେ ମହାତ୍ମା ଗାନ୍ଧୀ ନୀତି ଆଦର୍ଶ ଆପଣେଇ ଗାନ୍ଧୀ ଙ୍କ।ଭଳି ଅବିକଳ ଭେଶ ଭୂଷା ରେ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତହେବା ପାଇଁ ସଚେତନତା କରାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ