ସାନଖେମୁଣ୍ଡି ପ୍ରାଥମିକ ଶିକ୍ଷକ ସଂଘର ଅଧିବେଶନ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) : ଜାତିର ଜନକ ମହାତ୍ମାଗାନ୍ଧୀ ଓ ଶାନ୍ତିଦୂତ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ଅବସରରେ ସାନଖେମୁଣ୍ଡି ପ୍ରାଥମିକ ଶିକ୍ଷକ ସଂଘ ( ଏନପିଏସ ) ର ସାଧାରଣ ଅଧିବେଶନ ସ୍ଥାନୀୟ ଶିକ୍ଷକ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ଅଶୋକକୁମାର ଖୁଣ୍ଟିଆଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଅଧିବେଶନରେ ନୂତନ ଭାବେ ନିୟମିତ ଶ୍ରେଣୀ ଭୁକ୍ତ ହୋଇଥିବା ୨୦୧୩ -୧୪ ବର୍ଷର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ପ୍ରାଥମିକ ଶିକ୍ଷକ ମାନଙ୍କ ସମସ୍ୟା ଓ ତାହାର ସମାଧାନ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଶ୍ରୀଚନ୍ଦନପୁର ପ୍ରାଥମିକ ସ୍କୁଲର କରୋନା ଆକ୍ରାନ୍ତ ଦିବଙ୍ଗତ ଶିକ୍ଷକ ଦଣ୍ଡପାଣି ମହାପାତ୍ର ଓ ଅସ୍ବାଭାବିକ ବିୟୋଗ ହୋଇଥିବା ଭଗବାନପୁର ସ୍କୁଲ ର ଶିକ୍ଷକ ସ୍ବର୍ଗତସିମାଞ୍ଚଳ ଗୌଡ଼ଙ୍କ ପରିବାରକୁ ବ୍ଲକ୍ ସଂଘ ପାଖରୁ ୧୫ ହଜାର ଟଙ୍କା ଲେଖାଏଁ ସ୍ୱାନ୍ତନାମୂଳକ ସହାୟତା ପ୍ରଦାନ କରାଯାଇଥିଲା । ସଂଘର କର୍ମକର୍ତ୍ତା ସଭ୍ୟ ମାନେ ଉଭୟ ପରିବାର ଠାରେ ପହଞ୍ଚି ପ୍ରଦାନ କରିବା ସହ ସରକାରୀ ବିଭାଗୀୟ ଦପ୍ତର କାର୍ଯ୍ୟରେ ଉଭୟ ପରିବାର କୁ ସମ୍ପୂର୍ଣ ସହଯୋଗ କରାଯିବା ନେ଼ଇ ଆଶ୍ୱାସନା ଦେଇଥିଲେ । ସମ୍ପାଦକ ସୁଶାନ୍ତ କୁମାର ତ୍ରିପାଠୀ ଶଙ୍କର୍ଷଣ ସେଠୀ ଅଶୋକ ମଲିକ ଜାଗିଲି ପଢ଼ିଆଳି ସନ୍ତୋଷ ଜେନା ସତ୍ୟନାରାୟଣ ନାୟକ ଡି ମୁକେଶ ପାତ୍ର ବିନୋଦ ପ୍ରଧାନ ଦିଲୀପ ସେନ ରୋହିତ ଜେନା ପ୍ରମୋଡ ବାଡତ୍ୟା ଜ୍ୟୋତି ରଞ୍ଜନ ସାହୁ ଶିବରାମ ସାବତ ସୁଧାଂଶୁ ପଟ୍ଟନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।


