ସାନଖେମୁଣ୍ଡି ବ୍ଲକର ବିଭିନ୍ନ ସ୍ଥାନରେ ୭୫ତମ ସ୍ଵାଧୀନତା ଦିବସ ପାଳିତ
ସାନଖେମୁଣ୍ଡି, ( ପଦ୍ମଲୋଚନ ପାଣିଗ୍ରାହୀ): ସାନଖେମୁଣ୍ଡିବ୍ଲକର ବିଭିନ୍ନ ସ୍ଥାନରେ ୭୫ତମ ସ୍ଵାଧିନତା ଦିବସ କୋଭିଡ କଟକଣା ମଧ୍ୟରେ ପାଳିତ,ହୋଇଯାଇଛି। ବ୍ଲକ ପରିସରରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସଂଗୀତାବେହେରା ପତାକା ଉତ୍ତୋଳନ କରିଥିଲେ। ଏଥିରେ ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକଙ୍କ ସମେତ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ସେହିଭଳି ଗ୍ରାମ୍ୟ ନ୍ୟାୟାଳୟ ପରିସର ମଧ୍ୟରେ ନ୍ୟା ୟାଧୀଶ ସୁଶ୍ରୀ ଶୁଭଶ୍ରୀ ମଲ୍ଲ ପତାକା ଉତ୍ତୋଳନ କରିଥିଲେ । ମେଡିକାଲ ଠାରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ବାହନ ଦାସପତାକା ଉତ୍ତୋଳନ କରିଥିବାବେଳେ କର୍ମଚାରୀ ମାନେ ଜାତୀୟ ସଙ୍ଗୀତ ଗାନ କରିଥିଲେ। ଥାନା ପରିସରରେ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଜାତୀୟ ପତାକା ଉତ୍ତୋଳନ କରି ମିଳିତ ପ୍ୟାରେଡ଼ର ଅଭିବାଦନ ଗ୍ରହଣ କରିଥିଲେ। ସମନ୍ବିତ ଶିଶୁ ବିକାଶ ବିଭାଗ ଅଧିକାରୀ ଅର୍ଚ୍ଚନା କହଁର ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସାନଖେମୁଣ୍ଡି ବ୍ଲକ ରେ ରହିଥିବା ୨୬ ଟି ପଞ୍ଚାୟତ ମାନଙ୍କରେ ସରପଞ୍ଚ ମନେ ପତାକା ଉତ୍ତୋଳନ କରିଥିଲେ । ସମସ୍ତ ଶିକ୍ଷା ଅନୁଷ୍ଠାନ ସରକାରୀ ପାଟପୁର ବିଶ୍ୱାସରାୟ,ବିଜ୍ଞାନମହାବିଦ୍ୟାଳୟ ,ପୁଡ଼ାମାରି ବିଜ୍ଞାନ ମହାବିଦ୍ୟାଳୟ, କୋଙ୍କରଡ଼ା ବିଜ୍ଞାନ ମହାବିଦ୍ୟାଳୟ, ର ଅଧ୍ୟକ୍ଷ ମାନେ ପତାକା ଉତ୍ତୋଳନ କରିଥିଲେ ବେସରକାରୀ ଅନୁଷ୍ଠାନ ମାନଙ୍କ ରେ କୋଭିଡ଼ି କଟକଣା ମଧ୍ୟରେ ପାଳନ ହୋଇଥିବା ଦେଖିବାକୁମିଳିଥିଲା ।


