ସାନଖେମୁଣ୍ଡି ବ୍ଲକ ସ୍ତରୀୟ କନ୍ୟା ରତ୍ନ ସଚେତନତା ରାଲି
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ): ସାନଖେମୁଣ୍ଡି ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ କନ୍ୟା ରତ୍ନ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି। ପ୍ରକଳ୍ପ ଅଧିକାରୀ ତତ୍ୱବଧାନରେ ଆୟୋଜିତ କାର୍ଯ୍ୟକ୍ରମ ରେ ବିଭାଗୀୟ ସୁପ୍ରଭାଇଜର,ଅଙ୍ଗନବାଡି କର୍ମୀ,ହେଲ୍ପର୍, ସ୍ୱୟଂସହାୟକ ସଙ୍ଘ ମିଳିତ ଭାବେ ବିଭାଗୀୟ ଅଫିସ ଠାରୁ ସଚେତନତା ରାଲି ଭାରି ମହାନଳା,ପାଟପୁର,ଗାନ୍ଧିଛକ ପରିକ୍ରମା କରି ହାତରେ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇ ଜନସାଧାରଣ ଙ୍କୁ ସଚେତନ କରାଯାଇଥିଲା।କନ୍ୟା ରତ୍ନ ଯୋଜନା ରେ ମୋ ଗେଲ୍ହା ଝିଅ,ବେଟି ବଚାଅ ବେଟି ବଢାଅ,କନ୍ୟା ଭୃଣ ହତ୍ୟା ,କିଶୋର ବାଳକ ବାଳିକା ଙ୍କ ସୁରକ୍ଷା ବାଲ୍ୟ ବିବାହ, ନାରୀ ନିର୍ଯ୍ୟାତନା, ଅତ୍ୟାଚାର କୁ ନେଇ ପ୍ଲାକାର୍ଡ ଧାରୀ ମାନେ ସ୍ଲୋଗାନ ଦେବା ସହ ପଥପ୍ରାନ୍ତ ସଚେତନତା ସଭା କରି ମହିଳା ଏବଂ ପୁରୁଷ ମାନଙ୍କୁ ସଚେତନତା କରାଇଥିଲେ। ଏହି କାର୍ଯ୍ୟକ୍ରମ ରେ ମମତାଞ୍ଜଳି ପଣ୍ଡା,ଅନିମା ପ୍ରଧାନ, ହୀରା ପାତ୍ର, ପୁଷ୍ପଲତା ସାହୁ ଏବଂ ସମସ୍ତ ଅଙ୍ଗନବାଡି କର୍ମୀ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।


