ସାନଭାଇଙ୍କୁ ଆକ୍ରମଣ କରି ବଡ଼ ଭାଇ ଗଲେ ଜେଲ୍

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନ ଭାଇ ଙ୍କୁ ଆକ୍ରମଣ କରି ବଡ଼ ଭାଇ ଜେଲ୍ ଯାଇଛନ୍ତି l ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପୋଡ଼ାମାରି ଗ୍ରାମରେ l ଅଭିଯୁକ୍ତ ଜଣକ ହେଲେ ପୋଡ଼ାମାରୀ ଗ୍ରାମର ଗୋରାଚାନ୍ଦ ପାଢୀ l ସୂଚନା ଯୋଗ୍ୟ ପୋଡ଼ାମାରି ଗ୍ରାମର ପଦ୍ମଚରଣ ପାଢ଼ୀ ଓ ତାଙ୍କ ସ୍ତ୍ରୀ ପ୍ରଭାତୀ ପାଢୀ ଘରେ ଥିବା ଗୋରାଚାନ୍ଦ ପାଢୀ ପଦ୍ମଚରଣ ପାଢ଼ୀ ଙ୍କ ଘରକୁ ଆସି ଜମି ବାଡି ଭାଗ ବଣ୍ଟା କୁ ନେଇ ଆଲୋଚନା କରିଥିଲେ l ଆଲୋଚନା କରିବା ସମୟରେ ଗୋରା ଚାନ୍ଦ ପାଢୀ ଉତକ୍ଷିପ୍ତତ ହୋଇ ଗୋଟାଏ ଛୁରୀ ରେ ପଦ୍ମ ଚରଣ କୁ ଆକ୍ରମଣ କରିଥିଲେ ଓ ପ୍ରଭାତୀ କୁ ଆକ୍ରମଣ ମଧ୍ଯ କରିଥିଲେ l ଉଭୟ ଚିକ୍ତାର କରିବାରୁ ଗ୍ରାମ ର କିଛି ଲୋକ ଆସି ଭଙ୍ଗତଫା କରିବାରୁ ଗୋରାଚାନ୍ଦ ଘରୁ ଚାଲିଯାଇଥିଲେ l ଏନେଇ ପ୍ରଭାତୀ ପାଟପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ୭୦/୨୨ ରେ ଏକ ମାମଲା ରୁଜ୍ଜୁ କରି ଗୋରାଚାନ୍ଦ କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଜାମିନ ନା ମଞ୍ଜୁର ହେବାରୁ ଅଭିଯୁକ୍ତ ଙ୍କୁ ଦିଗପହଣ୍ଡି ସବ ଜେଲ୍ କୁ ପଠାଇ ଦିଆଯାଇଥିବା ଜଣା ପଡ଼ିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ