ରାଧାଦେଇପୂର ରେ ରାକେଶ, ଗୌତମୀ ରେ ଝିଲି ସରପଞ୍ଚ ଦାୟିତ୍ୱ ଗ୍ରହଣ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ରାଧାଦେଇପୁର ଗ୍ରାମପଂଚାୟତ ର ନବନିର୍ବାଚିତ ସରପଞ୍ଚ ରୂପେ ଡି,ରାକେଶ ପାତ୍ର ଦାୟୀତ୍ୱ ଗ୍ରହଣ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ରାଧାଦେଇପୁର ଗ୍ରାମପଂଚାୟତ ର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ସତ୍ୟବ୍ରତ ସାମନ୍ତସିଂହାର ସମେତ ସମସ୍ତ ୱର୍ଡ ସଭ୍ୟା ସଭ୍ୟ ସହ ଅନେକ ସହଯୋଗୀ କର୍ମୀ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟନିର୍ବାହୀ ଅଧିକାରୀ ସମସ୍ତ ଯୋଜନା ତଥା ପଂଚାୟତ ର ଉନ୍ନୟନ ମୂଳକ କାର୍ଯ୍ୟ ର ସଫଳରୂପାୟନ କରିବା ଉପରେ ଆଲୋକପାତ କରାଇଥିଲେ l ଏହାପରେ ସରପଞ୍ଚ ଡି,ରାକେଶ ପାତ୍ର ଆଗାମୀ ଦିନରେ ରାଧାଦେଇପୁର ପଂଚାୟତ କୁ କିଭଳି ସରସ ସୁନ୍ଦର ଓ ଏକବିକଶିତ ପଂଚାୟତ ରେ ପରିଣତ କରିବା ସହ କେଉଁ କେଉଁ ଉନ୍ନତି ମୂଳକ କାର୍ଯ୍ୟକ୍ରମକୁ ହାତକୁ ନେଇ ସାଧାରଣ ଜନତା ଙ୍କ ଆସ୍ଥାଭାଜନ ହୋଇପାରିବ ତାଉପରେ ସଂକ୍ଷପରେ ଉଦବୋଧନ କରିଥିଲେ l ସେହିପରି ଗୌତମୀ ପଞ୍ଚାୟତ ରେ ଜି. ଝିଲି ରେଡ଼ି ଦାୟିତ୍ୱ ଗ୍ରହଣ କରିଛନ୍ତି l ଲୋକଙ୍କ ମୌଳିକ ସମସ୍ୟା ରାସ୍ତା ଘାଟ ଆଲୋକି କରଣ ଚାଷୀଙ୍କ ସମସ୍ୟା ସହ ମୁଖ୍ୟ ସମସ୍ୟା ଭାବରେ ପାନୀୟ ଜଳର ଉତ୍କଟ ସମସ୍ୟାର ସମାଧାନ ନେଇ ସେ ଲୋକଙ୍କର ସେବା ପାଇଁ ସମର୍ପିତ ଭାବରେ କାମ କରିବେ ବୋଲି କହିଛନ୍ତି। ଗ୍ରାମ ପଞ୍ଚାୟତର ଜନ ସାଧାରଣ ଏକ ହୋଇ ଆମ ଗ୍ରାମ କିପରି ଏକ ଆଦର୍ଶ ଗ୍ରାମ ପଞ୍ଚାୟତ ଭାବରେ ଏକ ନୁଆଁ ପରିଚୟ ପାଇବ ତାନେଇ ସେ ସମସ୍ତ ଯୁବ ଏବଂ ବୟସ୍କ ମାନଙ୍କୁ ସହଯୋଗ କରିବା ପାଇଁ ନିବେଦନ କରିଥିଲେ।


