ସାନିଟାଇଜେସନ୍ କରାଗଲା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର
ବନ୍ତ (ଚାନ୍ଦିନୀ ମହାନ୍ତି) : କରୋନା ମହାମାରୀକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଲୋକ ମାନଙ୍କୁ ସଚେତନ କରାଉଛନ୍ତି । ବନ୍ତ ସଦର ମହକୁମାରେ ଅବସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଦୈନନ୍ଦିନ ଶହ ଶହ ରୋଗୀ ଆସୁଥିବା ବେଳେ ଏହାକୁ ସାନିଟାଇଜେସନ କରାଇବା ନେଇ କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରିଛନ୍ତି । ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ରୁମ୍ ସମେତ ପରିସରକୁ ବ୍ଲିଂଚି ପାଉଡର ସ୍ପ୍ରେ କରାଯାଇଛି । ଏହି କାର୍ଯ୍ୟ ବେଳେ ଡାକ୍ତର ରଞ୍ଜିତ୍ ଖଟୁଆ, ଡାକ୍ତର ମନରଞ୍ଜନ ଖୁଣ୍ଟିଆ, ଫାର୍ମାସିଷ୍ଟ ଶ୍ରୀଧର ଦାସ, କର୍ମଚାରୀ ନରେନ୍ଦ୍ର ଜେନା ଉପସ୍ଥିତ ଥିଲେ ।


