ସାବତ ମାଆର ଉନ୍ମତ କାଣ୍ଡ : ଚାରିବର୍ଷ ଶିଶୁର ଗାଲକୁ କାଟିଲେ ସାବତ ମାଆ: ଘଟଣା ସ୍ଥଳରେ ତଦନ୍ତ କରୁଛି ଚାଇଲଡ଼ ଲାଇନ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଏନଏସି ଅନ୍ତର୍ଗତ କାମପଡା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା, ଜଣେ ଚାରି ବର୍ଷର ଶିଶୁକନ୍ୟାକୁ ସାବତ ମାଆ ଶାରରୀକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ଚାଇଲଡ଼ ଲାଇନ ପାଇବା ପରେ ଘଟଣା ସ୍ଥଳରେ ତୁରନ୍ତ ପହଂଚି ତଦନ୍ତ କରୁଛି ଏବଂ ପୀଡିତା ଶିଶୁ କନ୍ୟାଙ୍କୁ ଉଦ୍ଧାର କରିଛି l ସୂଚନା ଅନୁଯାୟୀ କାମପଡା ଗାଁର ଦିଲ୍ଲୀପ ଦିଗାଳଙ୍କ ଓ ସ୍ୱର୍ଗତ ନର୍ମଦା ଡିଗାଲଙ୍କ ଚାରି ବର୍ଷ ଶିଶୁର ସାବତ ମାଆ ପାର୍ବତୀ କହଁର ବିଭିନ୍ନ ସମୟରେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇଆସୁଥିଲେ l ହେଲେ ବୁଧବାର ସନ୍ଧ୍ୟାରେ ଉତକ୍ଷୀପ୍ତ ହୋଇ ଶିଶୁର ଗାଲରେ ଏକ ଧାରୁଆ ବ୍ଲେଡ ସାହାଯ୍ୟରେ କାଟିଥିବା ଜଣାପଡିଛି l ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ଚାଇଲଡ଼ ଲାଇନ ଟିମ ପହଂଚି ତଦନ୍ତ କରୁଛି ଓ ପୀଡିତା ଶିଶୁଙ୍କୁ ଉଦ୍ଧାର କରି ଚାଇଲଡ଼ ଲାଇନକୁ ପଠାଇ ସାବତ ମାଆ ବିରୋଧରେ ଥାନାରେ ଅଭିଯୋଗ କରାଯିବ ବୋଲି କହିଛନ୍ତି ଚାଇଲଡ଼ ଲାଇନର କାଉନସିଲର ସୁପ୍ରଭା ନାୟକ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ