ସାମ୍ବାଦିକଙ୍କ ମାତୃ ବିୟୋଗ
କରଞ୍ଜିଆ,( ଜିତେନ୍ଦ୍ର ରାଜ):ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ର ବାସିନ୍ଧା ତଥା ଦୈନିକ ସମ୍ବାଦପତ୍ର, ଅମୃତଦୁନିଆ ଓ ସିଟି ମିରର ର ମୟୁରଭଞ୍ଜ ଜିଲ୍ଲା ପ୍ରତିନିଧି ବରିଷ୍ଠ ସାମ୍ବାଦିକ ମଧୁସୂଦନ ନନ୍ଦ ଙ୍କ ମାତା ସୂର୍ଯ୍ୟମଣୀ ଦେବୀ ଙ୍କ ଦେହାନ୍ତ ଘଟିଛି | ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା | ସେ ବାର୍ଦ୍ଧକ୍ୟ ଜନିତ ରୋଗ ରେ ପୀଡିତା ହୋଇ ପ୍ରଥମେ ହସ୍ପିଟାଲ ରେ ଏବଂ ପରେ ଘରେ ରହି ଚିକିତ୍ସିତ ହେଉଥିଲେ ଏବଂ ଗତ ୨୪ ତାରିଖ ରାତିରେ ତାଙ୍କ ଠାକୁରମୁଣ୍ଡା ର ରୁଗୁଡ଼ିବେଡା ସ୍ଥିତ ବାସଭବନରେ ଇହଲୀଳା ସମ୍ବରଣ କରିଥିଲେ |ମୃତ୍ୟୁ ସମୟରେ ତାଙ୍କର ପୁତ୍ର, ପୁତ୍ରବଧୂ ମାନଙ୍କ ସହିତ ଆତ୍ମୀୟ ସ୍ୱଜନ ମାନେ ଉପସ୍ଥିତ ଥିଲେ | ୨୫ ତାରିଖ ଦିନ ବାହାରେ ଥିବା ଆତ୍ମୀୟ ସ୍ୱଜନ ମାନେ ଆସି ତାଙ୍କର ଶେଷ ଦର୍ଶନ କରିଥିବାବେଳେ ରୁଗୁଡ଼ିବେଡା ଓ ଠାକୁରମୁଣ୍ଡା ର ବିଶିଷ୍ଟ ବ୍ୟକ୍ତି ମାନେ ତାଙ୍କୁ ଶେଷ ଦର୍ଶନ କରିବା ପରେ ସଂକୀର୍ତନ ସହ ଶବ ଶୋଭାଯାତ୍ରା ରେ ଶ୍ମସାନ କୁ ନିଆଯାଇ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିଲା | ଶେଷକୃତ୍ୟ ସମୟରେ ରେ ତାଙ୍କର ପୁଅ ସାମ୍ବାଦିକ ମଧୁସୂଦନ ନନ୍ଦ ,ଶିକ୍ଷାବିତ ବିଦ୍ୟାଧର ନନ୍ଦ, ପଦ୍ମଲୋଚନ ନନ୍ଦ,ଇଂ କରୁଣାକର ନନ୍ଦ, ଜ୍ୱାଇଁ ଈଶ୍ୱର ମିଶ୍ର,ବଡ ନାତି ରାକେଶ ନନ୍ଦ, ଇଂ ରାଜେଶ ନନ୍ଦ, ସୁବ୍ରତ ନନ୍ଦ, ନୀତିଶ ନନ୍ଦ, ଜଗତ ପତି ନନ୍ଦ,ନାତୁଣୀ ଜ୍ୱାଇଁ ବିଷ୍ଣୁ ତ୍ରିପାଠୀ, ସମାଜସେବୀ ଦେବେନ୍ଦ୍ର ନାୟକ ଙ୍କ ସମେତ ଗ୍ରାମ ବାସି ମାନେ ସାମିଲ ହୋଇ ତାଙ୍କର ଦାହ ସଂସ୍କାର କରିଥିଲେ |


