ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଗଞ୍ଜାମ ଜିଲ୍ଲାର ୭ ଜଣ ଦିବଂଗତ ସାମ୍ବାଦିକଙ୍କ ପରିବାର ବର୍ଗଙ୍କୁ ସହାୟତା ରାଶି ପ୍ରଦାନ

ଛତ୍ରପୁର, (ଦେବଦତ୍ତ ମହାରଣା): ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁଦାନ କ୍ରମେ ଗଞ୍ଜାମ ଜିଲ୍ଲାର ୭ ଜଣ ଦିବଂଗତ ସାମ୍ବାଦିକଙ୍କ ପରିବାରକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ୧୫ ଲକ୍ଷ ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦିତ ଏହି ରାଶି ଦିବଂଗତ ସାମ୍ବାଦିକ ପରିବାର ବର୍ଗଙ୍କର ସହାୟକ ହୋଇପାରିବ ବୋଲି ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଜଣାଇଥିଲେ । ଓଡିଶାର କାର୍ଯ୍ୟରତ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓଡିଶା ସରକାରଙ୍କ ଦ୍ୱାରା ପ୍ରଦତ୍ତ ହୋଇଥିବା ଏକ କୋଟି ୫ ଲକ୍ଷ ଅନୁଦାନ ରାଶି ଆଜି ପ୍ରଦାନ କରାଯାଇଥିବା ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଜଣାଇଛନ୍ତି । ଗତ କରୋନା ସମୟରେ ଓଡିଶା ଏକ୍ସପ୍ରେସ୍ ର କୁକୁଡାଖଣ୍ଡି ବ୍ଲକ ସାମ୍ବାଦିକ ଗୋବିନ୍ଦ ବେହେରାଙ୍କ ପିତା ଆଦିକନ୍ଦ ବେହେରା, ବ୍ରହ୍ମପୁର ଓଡିଶା ଫାଇଲ୍ସ ର ସଂପାଦକ ନରେଶ କୁମାର ବେହେରାଙ୍କ ପତ୍ନୀ ସୁମନ୍ ଦାସ, ବାଲିପଦର ବ୍ଲକର କଳିଙ୍ଗ ଜ୍ୟୋତିର ସାମ୍ବାଦିକ ରତ୍ନାକର ମହାରଣାଙ୍କ ପତ୍ନୀ ନୟନି ମହାରଣା, ବ୍ରହ୍ମପୁର ସମ୍ବାଦର ଜିଲ୍ଲା ପ୍ରତିନିଧି ପ୍ରଦୀପ କିଶୋର ସାହୁଙ୍କ ପତ୍ନୀ ମାନସି ସାହୁ, ପୋଲସରା ସମାଜର ସମ୍ବାଦଦାତା କିଶୋର ଚନ୍ଦ୍ର ଦାସଙ୍କ ପତ୍ନୀ ସୁଦେଷ୍ଣା ଦାସ, ଶେରଗଡ ଅନୁପମ ଭାରତ ର ସାମ୍ବାଦିକ କରୁଣାକର ସାହୁଙ୍କ ପତ୍ନୀ ସୁମନ ସାହୁ, ହିଞ୍ଜିଳିକାଟୁ ବ୍ଲକର ସାମ୍ବାଦିକ ନିଳୟ ରଞ୍ଜନ ପଟ୍ଟନାୟକଙ୍କ ପତ୍ନୀ ସନ୍ଧ୍ୟାରାଣୀ ପଟ୍ଟନାୟକଙ୍କୁ ଏହି ୧୫ ଲକ୍ଷ ଟଙ୍କା ଲେଖାଁଏ ସହାୟତା ରାଶି ପ୍ରଦାନ କରାଯାଇଛି । ଏହି ଅର୍ଥ ରାଶି ପ୍ରଦାନ ସମୟରେ ସେମାନଙ୍କ ପରିବାରର ସଦସ୍ୟ ଏବଂ ସାମ୍ବାଦିକଗଣ ଉପସ୍ଥିତ ରହିଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରବି ନାରାୟଣ ବେହରାଙ୍କ ପରିଚାଳନାରେ ଏହି ରାଶି ପ୍ରଦାନ କରାଯାଇଥିଲା । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର କର୍ମକର୍ତ୍ତା ଶ୍ୟାମଘନ ପାତ୍ର, ଏମ୍‌. ଶ୍ରାବନ୍ତୀ, ରାଜାକ୍ ହୁସେନ୍‌, କିରଣ କୁମାର ପଲାଇ ପ୍ରମୁଖ ଉପସ୍ଥିତ ଥିଲେ ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ