ସାମ୍ବାଦିକ ଙ୍କୁ ଆକ୍ରମଣ ଘଟଣା…ମୁଖ୍ୟ ଆଶମୀ ରଂଜୁଲେଙ୍କା ଗିରଫ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ସୂର୍ଯ୍ୟ ମନ୍ଦିର ସମୁଖ ମୁଖ୍ୟ ରାସ୍ତା ଉପରେ ବସିଥିବା ବ୍ଯବସାୟୀଙ୍କ ଠାରୁ ଖବର ସଂଗ୍ରହ କରୁଥିବା କାର୍ଯ୍ୟରତ ସାମ୍ବାଦିକ ଅବନୀ ଭୂଷଣ ବାରିକ ଓ ଜ୍ଯୋତିରାଜ ମହାନ୍ତିଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାର ମୁଖ୍ଯ ଅଭିଯୁକ୍ତକୁ ୧୦ ଦିନ ପରେ କୋଣାର୍କ ପୋଲିସି ଗିରଫ କରିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି । ଏନେଇ କୋଣାର୍କ ପୋଲିସି ପକ୍ଷରୁ ବିଧିବଧ ଭାବେକୌଣସି ସୂଚନା ଉଦେଶ୍ୟମୂଳକ ଭାବେ ଏପର୍ଯ୍ୟନ୍ତ ସାମ୍ବାଦିକ ଙ୍କୁ ଦିଆଯାଇନଥିବା ଜଣାପଡିଛି ।ମୁଖ୍ୟ ଆସାମୀ ରଂଜୁଲେଙ୍କା କୁ କୋଣାର୍କ ପୋଲିସି ୯ ଦିନ ସମସ୍ତ ଚେଷ୍ଟା କରି ଧରିବାରେ ବିଫଳ ହେବା ଓ ଗତ ୧୯ ତାରିଖ ସୋମବାର ପୋଲିସି ଗୋଟିଏ ଫୋନ ରେ କୋଣାର୍କ ଅଂଚଳର ବିଜେଡି ର ଜୈନିକ ୩ ଜଣ ରାଜନେତା ମୁଖ୍ୟ ଅଭିଯୁକ୍ତ କୁ ନିଜ ସାଥୀରେ ଆଣି ଅପରାର୍ହାନ୍ନ ରେ ସର୍ବସମୁଖ ରେ ପୋଲିସି ଜିମା ଦେବାଘଟଣା ସାଧାରଣ ରେ ଚର୍ଚ୍ଚାର ବିଷୟ ପାଲଟିଛି । ମୁଖ୍ୟ ଅସାମୀ ଗିରଫ ହେବାପରେ କୋଣାର୍କ କୋର୍ଟରେ ପୋଲିସି ହଜାର କରିବାପରେ ତାର ଜାମିନି ନାମଞ୍ଜୁର ହେବାରୁ ତାକୁ ଜେଲ ପଠାଇ ଦିଆଯାଇଛି। ଏଠାରେ ସୂଚନାଯୋଗ୍ୟ କି ଗତ ଗୁରୁବାର ଅପରାର୍ହାନ୍ନ ୧୪/୧୨/୨୨ ରେ କୋଣାର୍କ ପୋଲିସି ମୁଖ୍ୟଆସାମୀ କୁ ଧରିବାରେ ବାରଂ ବାରଂ ବିଫଳ ହେବା ଓ କୋଣାର୍କ ପୋଲିସି ର ଟାଳଟୁଳ ନୀତି ପାଇଁ କୋଣାର୍କ ଥାନା ପରିସରରେ ପୋଲିସି ଓ ସାମ୍ବାଦିକ ଙ୍କୁ ନେଇ ଆୟୋଜିତ ସମନ୍ୱୟ ବୈଠକ ରେ ପୁରୀ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ଦୁଇ ଦିନ ମଧ୍ୟ ରର ମୁଖ୍ୟ ଆସାମୀ କୁ ଗିରଫ କରାଯିବ ବୋଲି ନିର୍ଭର ପ୍ରତିଶ୍ରୁତି କୋଣାର୍କ କାର୍ଯ୍ୟରତ ସାମ୍ବାଦିକ ସଂଘ ର ଉପସ୍ଥିତ ଦେଇଥିଲେ। ମାତ୍ର ଦୁଇଦିନ ବିତି ଯାଇଥିଲେ ମଧ୍ୟ ମୁଖ୍ୟ ଅଶମୀ କୁ ଦେଇଥିବା ପ୍ରତିଶ୍ରୁତି ମୁତାବକ ଧରି ପାରିନଥିଲେ ।ଏନେଇ ଗଣମାଧ୍ୟମ ରେ ଖବର ପ୍ରକାଶିତ ହେବାପରେ ପୋଲିସି ନିଜର ଦୋଷ ଦୁର୍ବଳତା କୁ ଲୁଚାଇବାକୁ ଯାଇ ବିଜେଡି ର କେତେକ ସ୍ଥାନୀୟ ନେତାଙ୍କ ସହାୟତା ନେଇଥିଲେ ।ସେମାନେ ପୋଲିସି ର କଥା କୁ ରକ୍ଷାକରି ବିଜେଡି ନେତାଙ୍କ ଛତ୍ର ଛାୟା ତଳେ କୋଣାର୍କ ରେ ଦୀର୍ଘ ୧୦ ଦିନ ହେବ ମୁଖ୍ୟ ଅସାମି ଲୁଚି ରହିଥିଲା ।ଯାହା ପୋଲିସି ଜାଣିପାରିନଥିବା ପ୍ରକାଶ କରିଥିଲେ ।ଉକ୍ତ ବିଜେଡି ର ଜୈନିକ ସ୍ଥାନୀୟ ୩ ଜଣ ନେତା ଗତ ସୋମବାର ଦିନ ଅପରାହ୍ନ ରେ ନିଜ କାର ରେ ବସାଇ ମୁଖ୍ୟ ଆସାମୀ କୁ କୋଣାର୍କ ଥାନା କୁ ଧରି ନେଇ ଥାନା ଜିମା ଦେଉଥିବା ଦୃଶ୍ୟ କୁ ଉପସ୍ଥିତ ଲୋକମାନେ ଦେଖି ପୋଲିସି ର କାର୍ଯ୍ୟଶୈଳୀ କୁ ସମାଲୋଚନା କରୁଥିବା ଦେଖାଯାଈଛି । କୋଣାର୍କ ହେଉଛି ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ। ଏହାର ସ୍ଥାପତ୍ୟ କଳା ବିଶ୍ବରେ ଅନନ୍ୟ। ଏହି ପର୍ଯ୍ୟଟନ ସ୍ଥଳୀ କୋଣାର୍କ ଠାରେ ଅପରାଧିକ କାର୍ଯ୍ୟକଳାପ, ଚୋରା ମଦ କାରବାର, ଧଳା ଜହର କାରବାର ଦିନ କୁ ଦିନ ବୃଦ୍ଧି ପାଉଥିବା କୁ ନେଇ ସାଧାରଣ ବୁଦ୍ଧିଜୀବୀ ମାନେ ଚିନ୍ତାପ୍ରକଟ କରିଛନ୍ତି ।


