ସାମ୍ବାଦିକ ପ୍ରକୋଷ୍ଠରେ ନୀଳମଣି ଜୟନ୍ତୀ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱରର ସାମ୍ବାଦିକଙ୍କ ପକ୍ଷରୁ ଓଡ଼ିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ଜୟନ୍ତୀ ବୁଧବାର ପାଳିତ ହୋଇଯାଇଛି । ଜିଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପାଶ୍ୱର୍ ସାମ୍ବାଦିକ ପ୍ରକୋଷ୍ଠରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଦେବବ୍ରତ ପାଣିଗ୍ରାହୀ ସଭାପତିତ୍ୱ କରିବା ସହିତ ଭୂତପୂର୍ବ ମୁଖ୍ୟମନ୍ତ୍ରୀଙ୍କ ଜୀବନାଦର୍ଶ ଓଶାସନ କ୍ଷେତ୍ରରେ ଓଡ଼ିଶା ପ୍ରତି ତାଙ୍କର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଅବିଭକ୍ତ ବାଲେଶ୍ୱର ଜିଲାରୁ ମୁଖ୍ୟମନ୍ତ୍ରୀ ଭାବେ ପ୍ରତିନିଧିତ୍ୱ କରିବା ସହିତ ଜିଲାର ବିକାଶକୁ ସେ ଗୁରୁତ୍ୱ ଦେଇଥିଲେ । ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ବାଲେଶ୍ୱରର ସାମ୍ବାଦିକ ପ୍ରକୋଷ୍ଠ ପ୍ରତିଷ୍ଠା ହୋଇଥିଲା ବୋଲି ଶ୍ରୀ ପାଣିଗ୍ରାହୀ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ବ୍ରହ୍ମାନନ୍ଦ ସ୍ୱାଇଁ, ଉବାଚକ ମହାନ୍ତି, ରମଣୀରଂଜନ ଦାସ, ବଂଶୀଧର ଦଳେଇ, ସୁଶାନ୍ତ କୁମାର ଦାସ, ମନୋଜ କୁମାର ବିଶ୍ୱାଳ ପ୍ରମୁଖ ଏଥିରେ ଯୋଗ ଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ରାଉତରାୟଙ୍କୁ ମନେ ପକାଇଥିଲେ । ପ୍ରାରମ୍ଭରେ ତାଙ୍କର ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ସମସ୍ତେ ଦିବଂଗତ ଜନନାୟକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ