ସତ୍ୟେଶ୍ୱର ମହାଦେବ ମନ୍ଦିରରେ ଶିବ-ପାର୍ବତୀ ବିବାହ

ବାଲେଶ୍ୱର, (ସରୋଜ ପଣ୍ଡା):ଶୀତଳ ସଷ୍ଟି ଅବସରରେ ସହର ଉପକଣ୍ଠ ସତ୍ୟନଗର ସ୍ଥିତ ପଞ୍ଚମୁଖୀ ସତ୍ୟେଶ୍ୱର ଶିବ ମନ୍ଦିର ପରିସରରେ ଶିବ-ପାର୍ବତୀ ବିବାହ ବୁଧୁବାର ସମ୍ପନ୍ନ ହୋଇଯାଇଛି । ପ୍ରଭାତ କୁମାର ଦାସ ବର କର୍ତ୍ତା ଏବଂ ମାନସୀ ଦେ କନ୍ୟା କର୍ତ୍ତା ଭାବେ ଏହି ଶୁଭ ବିବାହରେ ଦାୟିତ୍ୱ ତୁଲାଇଥିଲେ । ମନ୍ଦିର ପରିଚାଳନା କମିଟି ସଭାପତି ପ୍ରଶାନ୍ତ କୁମାର ପାଣିଗ୍ରାହୀ, ଉପ-ସଭାପତି ରାଜକିଶୋର ବେହେରା, ନରହରି ମହାନ୍ତି ନାରାୟଣ ସାହୁ, ପ୍ରଦୀପ କୁମାର ମହାନ୍ତି, ସମ୍ପାଦକ ପ୍ରଭାତ କୁମାର ଦାସ ସହ ସମ୍ପାଦକ ପ୍ରଦୀ କୁମାର ଧାନ, ଜୟଦେବ ପ୍ରଧା. ହରିହର ରାଉତସାହୁ, କୋଷଧକ୍ଷ ଭଗବାନ ସାହୁ, ସହ କୋଷାଧକ୍ଷ ସୁଶାନ୍ତ ଜେନାଙ୍କ ସମେତ କାର୍ଯ୍ୟକର୍ତ୍ତା ଅଭିମନ୍ୟୁ ବଳ ଓ ଅନ୍ୟମାନେ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ । ପୂଜକ କହ୍ନେଇ ଚରଣ ଅଗସ୍ତି ଏବଂ ଦେବେନ୍ଦ୍ର ନାଥ ଅଗସ୍ତି ବିବାହ କର୍ମକାଣ୍ଡ ସମ୍ପାଦନ କରିଥିଲେ । ଏହି ଅବସରରେ ଆୟୋଜିତ ସାମୂହିକ ପ୍ରସାଦ ସେବନ କାର୍ଯ୍ୟକ୍ରମରେ ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ଗତ ୪ବର୍ଷ ଧରି ଏଠାରେ ଶିବ-ପାର୍ବତୀ ବିବାହ ବୈଦିକ ରୀତିନୀତିରେ ଆୟୋଜିତ ହୋଇଆସୁଛି ବୋଲି ଉତ୍ସବ କମିଟିର କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ