ସାହିତି୍ୟକ ନାରାୟଣ ଚନ୍ଦ୍ର ଲେଙ୍କାଙ୍କୁ କଳିଙ୍ଗ ସେନା ସମ୍ମାନ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ଅଞ୍ଚଳର ଜଣେ ପ୍ରତିଷ୍ଠିତ ସାହିତି୍ୟକ, ଶିକ୍ଷାବିତ ଓ ସମାଜସେବୀ ନାରାୟଣ ଚନ୍ଦ୍ର ଲେଙ୍କାଙ୍କୁ ଭୁବନେଶ୍ୱର ଠାରେ କଳିଙ୍ଗ ସେନା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । ଭୁବନେଶ୍ୱର କସ୍ତୁରବା ନାରୀ ମହଲ ଠାରେ ସୁପ୍ରିମୋ ହେମନ୍ତ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କଳିଙ୍ଗ ସେନାର ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ଡ. ହୃଷିକେଶ ପଣ୍ଡା, ସମ୍ମାନୀତ ଅତିତô ଭାବେ ସମାଜସେବୀ ରୁତୁପର୍ଣ୍ଣା ମହାନ୍ତି, ଡ. ଅରବିନ୍ଦ ଦାସ, ଇଂ ମନୋଜ ସାମନ୍ତରାୟ, ସାମ୍ବାଦିକ ହେମନ୍ତ ସିଂ ପ୍ରମୁଖ ଯୋଗଦେଇ ସାହିତି୍ୟ କ୍ଷେତ୍ରରେ ଉଲେଖନୀୟ ସଫଳତା ହାସଲ କରିଥିବା ବିଶିଷ୍ଟ ଶିକ୍ଷାବିତ ତଥା ସାମାଜସେବୀ ନାରାୟଣ ଚନ୍ଦ୍ର ଲେଙ୍କାଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ‘କଳିଙ୍ଗସେନା ୨୦୨୨’ ସମ୍ମାନରେ ସମ୍ବର୍ଦ୍ଧିତ କରିଥିଲେ । ତାଙ୍କୁ ଏହି ସମ୍ମାନ ମିଳିବାପରେ ବିଶିଷ୍ଟ ଶିଶୁ ସାହିତି୍ୟକ ରତ୍ନାକର ଦାସ, ଶିଶୁ ସାହିତି୍ୟକା ବିଦୁ୍ୟତପ୍ରଭା ଦେଓ, ସମ୍ବାଦ ସାହିତ୍ୟଘରର ସଭାପତି ଅନ୍ତର୍ଯ୍ୟାମୀ ବିଶ୍ୱାଳ, ସମ୍ପାଦକ ଶ୍ରୀକାନ୍ତ ପଟ୍ଟନାୟକ, ବଉଳା ସାହିତ୍ୟ ସଂସଦର ସଭାପତି ବାଳକୃଷ୍ଣ ରାଉତ, ସମ୍ପାଦକ ସୁରେନ୍ଦ୍ର କୁମାର ପରିଡା, କବି ନାରାୟଣ ଚନ୍ଦ୍ର ସାହୁ, ସୁବାସ ଚନ୍ଦ୍ର ପାତ୍ର, ଅନ୍ତ ଚରଣ ମୁଦୁଲି, ସତ୍ୟସାଲକ୍ଷ୍ମୀନାରାୟଣ ସାହିତ୍ୟ ସଂସଦ ସମ୍ପାଦକ ମରୈଗାଁ ସୁଦାମ ଚରଣ ସାହୁ, କବି ମୁରଲୀଧର ବେହେରା, ଚତୁର୍ଭୁଜ ପହିଙ୍କ ସମେତ ଅେନେକ କବି, କବୟତ୍ରୀ, ସାହିତି୍ୟକ ଓ ସଂଗଠନ ପକ୍ଷରୁ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ