ସିଂହ ସହ ଏକା ଘରେ ରହୁଛନ୍ତି ଏହି ପାକିସ୍ତାନୀ
କୁକୁର, ବିଲେଇକୁ ନିଜ ଘରେ ରଖିବା ଲୋକ ନିଶ୍ଚିତ ଦେଖିଥିବେ । କିନ୍ତୁ ସିଂହକୁ ରଖିବା କେବେ ଦେଖିନଥିବେ । ଆସନ୍ତୁ ଆଜି ଏପରି ଏକ ବିଚିତ୍ର କଥା ଜାଣିବା । ପାକିସ୍ତାନର ଜଣେ ବ୍ୟକ୍ତି ଜୁକଲେଫ୍ ଚୌଧୁରୀ ଏକ ରେଷ୍ଟୁରାଣ୍ଟ ଚଳାନ୍ତି । ସେ ଏକ ସିଂହକୁ ନିଜ ଘରେ ଆଣି ପାଳିଛନ୍ତି । ତାଙ୍କ ପରିବାର ଲୋକଙ୍କ ସହ ସିଂହର ନିବିଡ଼ ସମ୍ପର୍କ ରହିଛି । ତାଙ୍କ ଦୁଇ ବର୍ଷର ପୁଅ ମଧ୍ୟ ବିନା ଡ଼ରରେ ସିଂହ ସହ ଖେଳୁଛି । ଜୁକ୍ଲେଫ୍ ତାଙ୍କ ସିଂହର ନାମ ‘ବବର’ ରଖିଛନ୍ତି । ତା’କୁ ପିଞ୍ଜରାରେ ବାନ୍ଧି ରଖୁନାହାଁନ୍ତି । ସେ ତିନି ଲକ୍ଷ ଟଙ୍କା ଦେଇ ସିଂହ କିଣିଛନ୍ତି ଏବଂ ସମସ୍ତ ବିଭାଗରୁ ଅନୁମତି ଆଣି ସେ ସିଂହକୁ ଘରକୁ ଆଣିଛନ୍ତି । ସିଂହ ତାଙ୍କ ଖଟ ଉପରେ ମଧ୍ୟ ଶୋଉଛି । ଆଖପାଖ ଲୋକ ତାଙ୍କ ଘରକୁ ସେଲଫି ନେବା ପାଇଁ ଆସୁଛନ୍ତି ।


