“ଓଲିଉଡରେ ଦକ୍ଷତା ଚିହ୍ନି ପାରୁଥିବା ଲୋକ କମ୍ ଅଛନ୍ତି’

“ଓଲିଉଡରେ ଦକ୍ଷତାକୁ ଚିହ୍ନିବା ଲୋକ କମ୍ ଅଛନ୍ତି’ । ଏକ ସାକ୍ଷାତକାରରେ ଅଭିନେତ୍ରୀ ସୂର୍ଯ୍ୟମୟୀ କହିଛନ୍ତି ଯେ ତାଙ୍କୁ କାହିଁକି କମ୍ ଫିଲ୍ମ ମିଳୁଛି । ଓଲିଉଡରେ ଫିଲ୍ମ କମ୍ ହେଉ ନାହିଁ । ତେବେ ଏଠି ଟ୍ୟାଲେଣ୍ଟକୁ ଚିହ୍ନିପାରୁଥିବା ଲୋକଙ୍କ ସଂଖ୍ୟା କମ୍ ଅଛି । ସେ ଆହୁରି କହିଥିଲେ, “ମାତେ ଓଲିଉଡରେ ବହୁତ କାମ କରିବାର ଅଛି । ମୁଁ ଏବେ ବି ଏଠି ସଂଘର୍ଷ କରୁଛି । ଲୋକମାନେ ମୋତେ କହନ୍ତି, ମୁଁ ହିରୋ ବାଛିବାରେ ଭୁଲ୍ କରୁଛି । ମୁଁ କିଛି ନୂଆ ହିରୋଙ୍କ ସହ କାମ କରିଛି । ସେଥିପାଇଁ ସେମାନେ ଏମିତି କହିଥାଇପାରନ୍ତି । କିନ୍ତୁ ମାତେ ଲାଗୁନି ଯେ କେବଳ ଲୋକପ୍ରିୟ ଅଭିନେତାଙ୍କୁ ଫିଲ୍ମରେ ରଖିଲେ, ତାହା ସୁପରହିଟ୍ ହେବ । ତେଣୁ ମୁଁ ଫିଲ୍ମ ବାଛିବା ସମୟରେ କାହାଣୀ ଏବଂ ନିର୍ଦ୍ଦେଶକଙ୍କୁ ଅଧିକ ପ୍ରାଧାନ୍ୟ ଦେଇଥାଏ ।
ସୂଚନା ଅନୁଯାୟୀ, ନିକଟରେ ଏକ ନିର୍ମାଣ ହୋଇଥିବା ଫିଲ୍ମ “ମିଷ୍ଟର ମଜନୁ’ରେ ସୂର୍ଯ୍ୟମୟୀ ଲିଡ୍ ରୋଲରେ ଅଭିନୟ କରିଥିଲେ । ଏଥିରେ ତାଙ୍କ ବିପକ୍ଷରେ ଥିଲେ ବାବୁସାନ୍ । ଏଇ ଦଶହରାରେ ଫିଲ୍ମଟି ରିଲିଜ୍ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ