ମା’ ହେବାକୁ ଯାଉଛନ୍ତି ବିପାଶା !

ଚଳଚ୍ଚିତ୍ର “ଆଲୋନ୍‌’ର ଶୁଟିଂ ସେଟରେ ପ୍ରେମ ଓ ତା’ ପରେ ୨୦୧୬ରେ କରନ୍ ସିଂ ଗ୍ରୋଭରଙ୍କୁ ବିବାହକୁ ନେଇ ଚର୍ଚ୍ଚାକୁ ଆସିଥିଲେ ଅଭିନେତ୍ରୀ ବିପାଶା ବାସୁ । ଏବେ କିନ୍ତୁ ତାଙ୍କୁ ନେଇ ଭିନ୍ନ ଏକ ଚର୍ଚ୍ଚା ହେଉଛି । ସେଇଟି ହେଲା କୁଆଡେ ବିପାଶା ଗର୍ଭବତୀ । ନିକଟରେ ପ୍ରଯୋଜକ ରମେଶ ତୌରାନୀ ଦେଉଥିବା ଦୀପାବଳି ପାର୍ଟିରେ ପହଞ୍ଚିଥିଲେ ବିପାଶା । ତାଙ୍କ ସହ ସ୍ୱାମୀ କରନ୍ ମଧ୍ୟ ଥିଲେ । ବିପାଶା ପିନ୍ଧିଥିବା ଲେହେଙ୍ଗା ସହ କରନ୍‌ଙ୍କ ଶେରୱାନୀ ସମସ୍ତଙ୍କୁ ବେଶ୍ ପସନ୍ଦ ଆସିଥିଲା । ତେବେ ସେଠାରେ ଉପସ୍ଥିତ କିଛି କ୍ୟାମେରାମ୍ୟାନ୍ ଉଭୟଙ୍କ କିଛି ଫଟୋ ଉଠାଇଥିଲେ । ଫଟୋଗୁଡ଼ିକରେ ବିପାଶା ଓଢ଼ଣୀ ସାହାଯ୍ୟରେ ବେବି ବମ୍ପକୁ ଲୁଚାଇବାକୁ ଚେଷ୍ଟା କରୁଥିବା ଅନେକେ ମତ ରଖୁଛନ୍ତି । ଏହା ଏବେ ଭାଇରାଲ ହେବାରେ ଲାଗିଛି । ହେଲେ କେହି କେହି କ୍ୟାମେରା ଆଙ୍ଗଲ ଯୋଗୁ ଏଭଳି ଦେଖାଯାଉଥିବା ମତ ରଖିଛନ୍ତି । ଇତି ମଧ୍ୟରେ ତାଙ୍କର ବିବାହକୁ ତିନି ବର୍ଷ ବିତିଗଲାଣି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ