ସିଦ୍ଧେଶ୍ଵର ରେ ସିପିଆଇ ର ଶାଖା ସମ୍ମିଳନୀ    

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଗଣିଆନାଳ ଛକ ନିକଟସ୍ଥ ମା ‘ କୁରେଇଶୁଣି ମନ୍ଦିର ପ୍ରାଙ୍ଗଣ ରେ ସିପିଆଇ ର ସିଦ୍ଧେଶ୍ଵର ଶାଖା ସମ୍ମିଳନୀ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି।ସିପିଆଇ ର ବଡ଼ ଖେମୁଣ୍ଡି ଜୋନାଲ କମିଟି ସମ୍ପାଦକ କିଶୋର କୁମାର ଶତପଥୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ସମ୍ମିଳନୀ ରେ ସନ୍ୟାସୀ ସାହୁ ପାର୍ଟି ପତାକା ଉତ୍ତୋଳନ କରିଥିଲେ।ଦଣ୍ଡପାଣି ସାହୁ ଓ ସତ୍ୟ ସ୍ୱାଇଁ ଙ୍କ ମିଳିତ ସଭାପତି ମଣ୍ଡଳୀ ରେ ଆୟୋଜିତ ସମ୍ମିଳନୀ ରେ ସିପିଆଇ ର ଗଞ୍ଜାମ ଜିଲା ସମ୍ପାଦକ ପ୍ରକାଶ ପାତ୍ର,ସହ ସମ୍ପାଦକ ନୀଳକଣ୍ଠ ଦାସ,କାର୍ଯ୍ୟକାରୀ କମିଟି ସଦସ୍ୟ ଅଳକ ନାଥ ମିଶ୍ର ଅତିଥିଭାବେ ମଞ୍ଚାସିନ ଥିଲେ। ଜିଲା ସମ୍ପାଦକ ଜାତୀୟ ଓ ଆନ୍ତର୍ଜାତୀୟ ରାଜନୈତିକ ,ସାମାଜିକ ଓ ଅର୍ଥନୈତିକ ପରିସ୍ଥିତି ସମ୍ପର୍କରେ ଆଲୋକପାତ କରିଥିଲେ।କେନ୍ଦ୍ରୀୟ କୃଷି କଳା ଆଇନ ର ଚାଷୀ ବିରୋଧୀ ନୀତି,କେନ୍ଦ୍ର ସରକାରଙ୍କ ଦ୍ୱାରା ସମସ୍ତ ରାଷ୍ଟ୍ରାୟତ ଶିଳ୍ପର ଘରୋଇକରଣ,ଅତ୍ୟାବଶ୍ୟକ ସାମଗ୍ରୀ ର ଦରବୃଦ୍ଧି,ବେରୋଜଗାର ବିରୋଧରେ ଛାତ୍ର,ଯୁବକ,ମହିଳା , କ୍ଷେତ ମଜଦୂର,ଶ୍ରମିକ ଏକ ହୋଇ ଜନଆନ୍ଦୋଳନ ଗଢି ତୋଳିବା ର ଆବଶ୍ୟକତା ରହିଛି ବୋଲି ଦଳୀୟ ନେତୃବୃନ୍ଦ ଉଦବୋଧନ ଦେଇଥିଲେ।ସିଦ୍ଧେଶ୍ଵର ଗ୍ରାମ ନିକଟ ବେଲଘାଇ ସେଚ ପ୍ରକଳ୍ପ ର ପୁନରୁଦ୍ଧାର କରାଯାଇ କେନାଲ ଜରିଆରେ ସମସ୍ତ ଚାଷ ଜମି କୁ ଜଳସେଚନ ସୁବିଧା କରାଯିବା।ସମସ୍ତ ବିଧବା ଓ ବାର୍ଦ୍ଧକ୍ୟ ମାନଙ୍କୁ ଚିହ୍ନଟ କରାଯାଇ ଭତ୍ତା ଯୋଗାଇଦେବା ।ଗରିବ ଅସହାୟ ଲୋକଙ୍କୁ ରାସନ କାର୍ଡ,ବିଜୁ ପକ୍କା ଘର,ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇଦେବା ପାଇଁ ସରକାରୀ ସ୍ତରରେ ପଦକ୍ଷେପ ଗ୍ରହଣ କରାନଗଲେ ପାର୍ଟି ପକ୍ଷରୁ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରାଯିବା ନିମନ୍ତେ ସମ୍ମିଳନୀରେ ସର୍ବସମ୍ମତ ପ୍ରସ୍ତାବ ଗୃହୀତ କରାଯାଇଥିଲା।ଶେଷରେ ମୂଷା ବେହେରା ଙ୍କୁ ଶାଖା ସମ୍ପାଦକ ଭାବେ ମନୋନୀତ କରାଯାଇଥିବା ବେଳେ ଜିତୁ ବେହେରା ଏବଂ ଦଣ୍ଡପାଣି ସାହୁ ଙ୍କୁ ସହ ସମ୍ପାଦକ ଭାବେ ଚୟନ କରାଯାଇଥିଲା।ଗଣ ପାଣ୍ଠି ସଂଗ୍ରହ ପାର୍ଟିର ସାଂଗଠନିକ ଅଭିବୃଦ୍ଧି ସହ ବିଭିନ୍ନ ଗଣ ସଙ୍ଗଠନ ର ଦାୟିତ୍ଵ ନିମନ୍ତେ କର୍ମକର୍ତ୍ତା ଚୟନ କରାଯାଇଥିଲା।ଆର.ଦୀନବନ୍ଧୁ ଦୈତାରି ରେଡ୍ଡୀ,ପ୍ରଭାକର ଲେଙ୍କା,ଚେରୁ ବେହେରା,ଧୋବା ବେହେରା,ଆର.ପାୟଲ ରେଡ୍ଡୀ, ଉଷା ବେହେରା ପ୍ରମୁଖ ବହୁ ସଂଖ୍ୟକ ଦଳୀୟ କର୍ମୀ ବିଭିନ୍ନ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ