ସିପିଆଇ ଜିଲା ସମ୍ମିଳନୀ ପାଇଁ ପ୍ରସ୍ତୁତି

ବାଲେଶ୍ୱର, (ସରୋଜ ପଣ୍ଡା):ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ)ର ଜିଲା ସମ୍ମିଳନୀ ଆୟୋଜନ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ଏନେଇ ସ୍ଥାନୀୟ ଉଠା ଜଳସେଚନ କର୍ମଚାରୀ ସଂଘ କାର୍ଯ୍ୟାଳୟରେ ବରିଷ୍ଠ ବାମପନ୍ଥୀ ନେତା କୈଳାସଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨୭ ଓ ୨୮ ତାରିଖରେ ଦୁଇଦିନ ଧରି ଏହି ସମ୍ମିଳନୀ ଆୟୋଜିତ ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି ସମ୍ମିଳନୀରେ ଖୋଲା ଅଧିବେଶନରେ ପାର୍ଟିର ରାଜ୍ୟ ସମ୍ପାଦକ ଓ ଅନ୍ୟ ନେତୃତ୍ୱ ଯୋଗଦେବେ । ଜିଲା ସଂପାଦକ ନିରଞ୍ଜନ ବାରିକ ସମ୍ମିଳନୀର ସଫଳତା ପାଇଁ ବିଭିନ୍ନ ପ୍ରସ୍ତାବ ଆଜିର ବୈଠକରେ ଆଗତ କରିଥିଲେ । ଦେଶ ଓ ରାଜ୍ୟରେ ସାଂପ୍ରତିକ ସମସ୍ୟା ଓ ରାଜନୈତିକ ଦୃଶ୍ୟପଟ୍ଟରେ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା । ଅନାମ ପ୍ରସାଦ ବାରିକ, ଭାଗବତ ପ୍ରତିହାରୀ, ଗୌରାଙ୍ଗ ପାଣିଗ୍ରାହୀ, ମାୟାଧର ନାୟକ, ପ୍ରଭାବତୀ ଦାସ, ସନ୍ତୋଷ ବିଶ୍ୱାଳ, ଯତୀନ୍ ପାତ୍ର, ତପନ ସିଟ୍‌, ନିହାର ରଂଜନ ଜେନା, ଶ୍ୟାମସୁନ୍ଦର ଜେନା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପୂର୍ଣ୍ଣଚନ୍ଦ୍ର ପାତ୍ର ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ