ସୀତାପୁରରେ ଏକ ଫ୍ୟାକ୍ଟ୍ରୀରେ ଗ୍ୟାସ ଲିକ୍ – ୭ ଜଣଙ୍କ ମୃତ୍ୟୁ

ଲକ୍ଷ୍ନୌ:- ଗୁରୁବାର ଉତ୍ତରପ୍ରଦେଶର ସୀତାପୁରରେ ଏକ ଫ୍ୟାକ୍ଟ୍ରୀରେ ଗ୍ୟାସ ଲିକ୍ ହେବା ଯୋଗୁ ୭ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସୀତାପୁରର କୋତବାଲି ଅଞ୍ଚଳରେ ଜଲାଲପୁରରେ ଏହି ଦୁର୍ଘଟଣା ଘଟିଛି । ଗ୍ୟାସ୍ ଲିକ୍ ହେବା ପରେ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ଘଟଣାସ୍ଥଳରେ ପହଁଚି ଉଦ୍ଧାର କାର‌୍ୟ୍ୟ ଯାରି ରହିଛି । ଏହି ସମୟରେ ସେଠାରେ ଥିବା ୭ ଜଣ ଅଣନିଃଶ୍ଵାସୀ ହୋଇ ଚେତାଶୂନ୍ୟ ହୋଇପଡ଼ିଥିଲେ। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା, ୨ ଜଣ ପୁରୁଷ ଏବଂ ୪ ଶିଶୁ ରହିଛନ୍ତି। ସିଏମଓ, ଜିଲା ମାଜିଷ୍ଟ୍ରେଟ ଏବଂ ଏସପି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିତ ତଦନ୍ତ କରିଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ